ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତି: ନିୟମ ଉଲଂଘନ କରି ଗାଡ଼ି ଉପରେ ଲାଗିଥିବା ଫାଇନ ଛାଡ଼ କଲେ

News across the Earth, news close to your heart, Read Odisha Bhaskar English

ନୂଆଦିଲ୍ଲୀ: ଦେଶରେ ଦୁର୍ଘଟଣା ତଥା ଜୀବନହାନୀକୁ ରୋକିବା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି। ଏହାରି ଅଧୀନରେ ଦେଶରେ ସବୁ ରାଜ୍ୟରେ କଡ଼ା ଟ୍ରାଫିକ ନିୟମ କାର୍ଯ୍ୟକାରୀ କରାଯାଉଛି। ନିୟମ ଉଲଙ୍ଘନକାରୀଙ୍କ ଉପରେ ଟ୍ରାଫିକ ନିୟମ ଅନୁଯାୟୀ ମୋଟା ଅଙ୍କର ଚାଲାଣ ଲଗାଉଛନ୍ତି। ଏହାରି ମଧ୍ୟରେ ନିୟମ ଉଲଙ୍ଘନକାରୀଙ୍କ ପାଇଁ ସରକାର ଦେଇଛନ୍ତି। ଉତ୍ତରପ୍ରଦେଶ ଯୋଗୀ ସରକାର ଲୋକମାନଙ୍କୁ ଆଶ୍ବସ୍ତି ପ୍ରଦାନ କରି ୨୦୧୭ ରୁ ୨୦୨୧ ମଧ୍ୟରେ ଯାନବାହାନ ଉପରେ ବିଚାରାଧୀନ ସମସ୍ତ ଟ୍ରାଫିକ ଚାଲାଣକୁ ବାତିଲ କରିଛନ୍ତି।

ଏହି କ୍ରମରେ କୁହାଯାଇଛି ଯେ ଶୀଘ୍ର ଏହି ସୂଚନା ଇ-ପୋର୍ଟାଲରେ ମଧ୍ୟ ଅପଡେଟ୍ ହେବ। ଉତ୍ତରପ୍ରଦେଶ ଟ୍ରାଫିକ୍ ପୋଲିସ୍ ପ୍ରତିଦିନ ଶହ ଶହ ଚାଲାଣ କାଟୁଛନ୍ତି। ଏହି ଚାଲାଣ ଗୁଡିକ ମଧ୍ୟରୁ ଅଧିକାଂଶ ବାଇକରେ ହେଲମେଟ ନ ପିନ୍ଧିବା ପାଇଁ। ଏହା ବ୍ୟତୀତ ଟ୍ରାଫିକ୍ ନିୟମ ଉଲ୍ଲଂଘନ, ସିଟ୍ ବେଲ୍ଟ ନ ପିନ୍ଧିବା, ଟ୍ରାଫିକ୍ ନମାନିବା ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତି ଗାଡି ମାଲିକଙ୍କ ପାଇଁ ବହୁତ ଆଶ୍ବସ୍ତି ଦେଇଛନ୍ତି। ସରକାରଙ୍କ ଏହି ନିଷ୍ପତ୍ତି ପରେ ଗାଡି ମାଲିକମାନଙ୍କୁ ଆଉ ପୋଲିସ କିମ୍ବା କୋର୍ଟ ବୁଲିବାକୁ ପଡ଼ିବ ନାହିଁ।

Get real time updates directly on you device, subscribe now.