ମାତ୍ର ୪ ମିନିଟ୍ ଚାଲିଲା ଗୃହ, ସାର ପ୍ରସଙ୍ଗ ନେଇ ହୋହଲ୍ଲା, ୪ଟା ଯାଏଁ ଗୃହ ମୁଲତବି
ହାତରେ ଫ୍ଲାକାଡ ଧରି ନାରାବାଜି କରିଛି ବିଜେଡି
ଭୁବନେଶ୍ୱର: ବିଧାସଭାର ମୌସୁମୀ ଅଧିବେସନର ଆଜି ଦ୍ୱିତୀୟ ଦିନ। ଆରମ୍ଭରୁ ପ୍ରଶ୍ନ କାଳରେ ହୋହଲ୍ଲା। ସାର ପ୍ରସଙ୍ଗ ନେଇ ପ୍ରତିବାଦ କଲା ବିଜେଡି। ମାତ୍ର ୪ ମିନିଟ୍ ଚାଲିଲା ଗୃହ।
ସାର ଅଭାବ ପ୍ରସଙ୍ଗ ନେଇ ଗୃହରେ ନାରାବାଜି କରିଛି ବିଜେଡି। ବାଚସ୍ପତିଙ୍କ ପୋଡ଼ିୟମ ପାଖରେ ହାତରେ ଫ୍ଲାକାଡ ଧରି ନାରାବାଜି କରିଛି ବିଜେଡି।
ଆରମ୍ଭରୁ ମାତ୍ର ଗୃହ କାର୍ଯ୍ୟ ୪ ମିନିଟ ଚାଲିବା ପରେ ବାଚସ୍ପତି ୪ ଟା ଯାଏଁ ଗୃହମୁଲତବି ଘୋଷଣା କରିଥିଲେ।