fbpx

ପ୍ରଶାସନିକ ସ୍ତରରେ ଅଦଳବଦଳ: ୯ଟି ଜିଲ୍ଲାର ଏସପି ସମେତ ବଦଳିଲେ ୧୨ IPS ଅଧିକାରୀ

AAKASH

ଲଖନଉ: ଉତ୍ତରପ୍ରଦେଶରେ ପୁଣିଥରେ ନୂଆ ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଶାସନିକ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଛନ୍ତି । ଗୁରୁବାର ବିଳମ୍ବିତ ରାତିରେ ପ୍ରାୟ ୧୨ ଆଇପିଏସ୍ ଅଧିକାରୀଙ୍କୁ ବଦଳି କରାଯାଇଛି ।

ହାଥରସର ଏସପି ଭିନିତ ଜାୟସୱାଲଙ୍କୁ ଆମରୋହା ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଦିଆଯାଇଛି । ଏଥିସହିତ ଆମରୋହାର ଏସପି ଥିବା ପୁନମଙ୍କୁ ୱେଟିଂରେ ରଖାଯାଇଛି । ବଳରାମପୁରର ଏସପି ହେମନ୍ତ କୁଟିଆଲଙ୍କୁ ମୁରାଦାବାଦର ଏସଏସପି ଭାବେ ଦାୟିତ୍ୱ ଦିଆଯାଇଛି । ମୁରାଦାବାଦର ଏସଏସପି ଥିବା ବାବୁ କୁମାରଙ୍କୁ ବର୍ତ୍ତମାନ ୱେଟିଂରେ ରଖାଯାଇଛି ।

ପିଏସି ବରେଲିର ଅଷ୍ଟମ କର୍ପସର ଜେନେରାଲ ରାଜେଶ କୁମାର ସାକସେନାଙ୍କୁ ବଳରାମପୁରର ଏସପି ଭାବେ ନିଯୁକ୍ତି ଦିଆଯାଇଛି । ରାମପୁରର ଏସପି ଥିବା ଅଙ୍କିତ ମିତ୍ତଲଙ୍କୁ ପିଏସି ବରେଲିର ଅଷ୍ଟମ କର୍ପସର ଜେନେରାଲ ଭାବେ ଦାୟିତ୍ୱ ଦିଆଯାଇଛି । ତାଙ୍କ ସ୍ଥାନରେ ଡିଜିପି କାର୍ଯ୍ୟାଳୟରେ ଆଟାଚ୍ ଥିବା ଅଶୋକ କୁମାରଙ୍କୁ ରାମପୁରର ଏସପି ଭାବେ ଦାୟିତ୍ୱ ଦିଆଯାଇଛି ।

ସନ୍ଥ କବୀର ନଗରର ଏସପି କୌସ୍ତୁଭଙ୍କୁ ମହାରାଜଗଞ୍ଜର ଏସପି କରାଯାଇଛି । ଗୋରଖପୁରର ଏସପି ସୋନମ କୁମାରଙ୍କୁ ସନ୍ଥ କବୀର ନଗରର ଏସପି ଭାବେ ପଦୋନ୍ନତି କରାଯାଇଛି । ମହାରାଜଗଞ୍ଜର ଏସପି ପ୍ରଦୀପ ଗୁପ୍ତାଙ୍କୁ କାନପୁର ନଗରରେ ୩୭ ତମ କର୍ପସ ପିଏସିର ଜେନେରାଲ ଭାବେ ଦାୟିତ୍ୱ ଦିଆଯାଇଛି । ଏହି କର୍ପସରେ ପୋଷ୍ଟ ହୋଇଥିବା ବିକାଶ କୁମାର ବିଦ୍ୟାଙ୍କୁ ହାଥରସର ଏସପି ଭାବେ ନିଯୁକ୍ତ କରାଯାଇଛି ।

ସେହିପରି ସହାରନପୁର ଗ୍ରାମୀଣରେ ଏଏସପି ଥିବା ଅତୁଲ ଶର୍ମାଙ୍କୁ ଚିତ୍ରକୂଟ ଜିଲ୍ଲାର ଏସପି ଭାବେ ପଦୋନ୍ନତି କରାଯାଇଛି । ଚିତ୍ରକୋଟ ଜିଲ୍ଲାର ଏସପି ଥିବା ଧୱଲ ଜାୟସୱାଲଙ୍କୁ କୁଶୀନଗର ଜିଲ୍ଲାର ଏସପି କରାଯାଇଛି । କୁଶୀନଗର ଜିଲ୍ଲାର ଏସପି ସଚ୍ଚିନ୍ଦ୍ର ପଟେଲଙ୍କୁ ସେଠାରୁ ହଟାଇ ୱେଟିଂରେ ରଖାଯାଇଛି ।

Get real time updates directly on you device, subscribe now.