fbpx
BSKY SKY
BSKY SKY

ବିଦେଶରୁ ମିଳିଥିବା କୋଟି କୋଟି ଟଙ୍କାର ଉପହାରକୁ ନିଜର ସମ୍ପତ୍ତି ଭାବି ବିକ୍ରି କରିଦେଇଛନ୍ତି ଇମ୍ରାନଙ୍କ ପତ୍ନୀ, ଏବେ ଆରମ୍ଭ ହେଲା ତଦନ୍ତ

BSKY

ନୂଆଦିଲ୍ଲୀ: ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ପଦରୁ ବିଦା ହେବା ପରେ ବି ବିବାଦ ଛାଡ଼ୁନାହିଁ ତାଙ୍କର ପିଛା । ପାକିସ୍ତାନର ସର୍ବବୃହତ ଯାଞ୍ଚ ଏଜେନ୍ସି ଫେଡରଲ ଇନଭେଷ୍ଟିଗେସନ ଏଜେନ୍ସି (ଏଫଆଇଏ) ଇମ୍ରାନଙ୍କ ଉପରେ ଆରମ୍ଭ କରିଦେଇଛି ତଦନ୍ତ । ଇମ୍ରାନ ପ୍ରଧାନମନ୍ତ୍ରୀ ଥିବା ସମୟରେ ବିଦେଶୀଙ୍କଠାରୁ ଏକ ମୂଲ୍ୟବାନ ହାର ଉପହାର ପାଇଥିଲେ । ଉକ୍ତ ହାରକୁ ତାଙ୍କର ପତ୍ନୀ ବୁଶରା ବିବି ବିକ୍ରି କରିଦେଇଥିବା ଅଭିଯୋଗ ହେଉଛି ।

ନିୟମ ମୁତାବକ, ଉକ୍ତ ମୂଲ୍ୟବାନ ହାର ପାକିସ୍ତାନର ଟ୍ରେଜେରୀରେ ରହିବା ଉଚିତ ଥିଲା । ମାତ୍ର ଉକ୍ତ ଉପହାରକୁ ବିକ୍ରି କରି ଦିଆଯାଇଥିବା ନେଇ ଅଭିଯୋଗ ହେଉଛି । ଏବେ ଇମ୍ରାନଙ୍କ ଜେଲ ଯିବାର ରାସ୍ତା ପରିଷ୍କାର ହୋଇଯାଇଥିବା ନେଇ ମତ ଦେଇଛନ୍ତି କିଛି ଏକ୍ସପର୍ଟ । ଜୁଏଲାରୀ ଶୋରୁମକୁ ବୁଶରା ବିବି ଯାଉଥିବାର ଭିଡିଓ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।

ଜଣାପଡ଼ିଛି ଯେ, ଉକ୍ତ ମୂଲ୍ୟବାନ ହାରର ମୂଲ୍ୟ ହେଉଛି ୧୮ କୋଟି ଟଙ୍କା । ତେବେ ୧୮ କୋଟିର ହୀରା ସହିତ କୋଟି କୋଟି ଟଙ୍କାର ହୀରା ଆଙ୍ଗୁଠି, ଲକ୍ଷ ଲକ୍ଷ ଟଙ୍କାର ଜାଲୀଦାର ଝୁମକେ, ୧୬ କୋଟିର ଘଡ଼ି ସହିତ ଅନେକ ମହଙ୍ଗା ଜିନିଷ ମଧ୍ୟ ଗାଏବ୍ ହୋଇଯାଇଛି । ଦେଶର ସମ୍ମାନ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ସମୟରେ ବିଦେଶରୁ ଉକ୍ତ ଉପହାର ସବୁ ମିଳିଥିଲା । ମାତ୍ର ଇମ୍ରାନଙ୍କ ପତ୍ନୀ ଉକ୍ତ ସାମଗ୍ରୀକୁ ନିଜ ଘରର ସମ୍ପତ୍ତି ଭାବି ବିକ୍ରି କରିଦେଇଛନ୍ତି ।

Get real time updates directly on you device, subscribe now.