fbpx

ଭାଗ୍ୟ ଆଗରେ ମୁଣ୍ଡ ନୁଆଁଇଲେନି ମାଳବିକ, ଦୁଇ ହାତ ନ ଥାଇ ବି ସମାଜ ପାଇଁ ପାଲଟିଲେ ପ୍ରେରଣା

ବେଳେ ବେଳେ କିଛି ବଡ଼ ସଫଳତା ଦେବାର ଥିଲେ ଈଶ୍ୱର ପ୍ରଥମେ ତାହାର ପରୀକ୍ଷା ନେଇଥାନ୍ତି । ତାହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ମାଳବିକା ଆୟର । ତାଙ୍କର ପ୍ରେରଣାଦାୟକ କାହାଣୀ ଶୁଣିଲେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏକ ଦୁର୍ଘଟଣା ତାଙ୍କର ବିରାଟ କ୍ଷତି ଘଟାଇବା ପରେ ବି ଭାଗ୍ୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ ସେ । ନିଜର ଦୃଢ଼ ଇଚ୍ଛାଶକ୍ତି ବ୍ୟକ୍ତିକୁ ଯେକୌଣସି ବି ପରିସ୍ଥିତିରେ ସଫଳତା ଦେଇପାରେ ବୋଲି ସେ ପ୍ରମାଣ କରି ଦେଖାଇଛନ୍ତି ।

ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ଏକ ବୋମା ବିସ୍ଫୋରରେ ସେ ତାଙ୍କର ଦୁଇଟି ହାତ ହରାଇଥିଲେ । ଏହି ଦୁର୍ଘଟଣାରେ ଶରୀରର ବିଭିନ୍ନ ଅଙ୍ଗ କ୍ଷତବିକ୍ଷତ ହୋଇଥିବା ବେଳେ ତାଙ୍କର ନର୍ଭ ପାରାଲିସିସ୍‌ (ସ୍ନାୟୁ ପକ୍ଷଘାତ) ହୋଇଥିଲା । କେବଳ ସେତିକି ନୁହେଁ, ୧୩ଟି ଅସ୍ତ୍ରୋପଚାର ହୋଇଥିଲା ତାଙ୍କ ଶରୀରରେ । ସେ ସମୟରେ ଅନ୍ୟ କେହି ହୋଇଥିଲେ ନିଶ୍ଚୟ ଭାଙ୍ଗି ପଡ଼ିଥାନ୍ତେ । ମାତ୍ର ମାଳବିକା କହନ୍ତି, ଯେଉଁଠି ଅନ୍ୟ କିଛି ନଥିଲା ସେଠାରେ ମୋ ଆଶା ଥିଲା । ହାତରେ ଯୋଡ଼ା ଯାଇଥିବା ଲୁହା ରଡ୍‌ ସାହାଯ୍ୟରେ ସେ ତାଙ୍କର ବୋର୍ଡ ପରୀକ୍ଷା ଲେଖି ସେଥିରେ ୯୭ ପ୍ରତିଶତ ମାର୍କ ରଖି ଉତ୍ତୀର୍ଣ୍ଣ ହେଲେ ।

ସେ କହିନ୍ତି ଯେ, ମୁଁ ନୂଆ ନୂଆ କଥା ସବୁ ଜାଣିପାରିଲି ଓ ଅଭିଜ୍ଞତାକୁ ପର୍ରିକାଶ କଲି । ପରେ ମୁଁ ପିଏଚ୍‌ଡି କରି ନ୍ୟୁୟର୍କର ୟୁଏନ୍‌ ମୁଖ୍ୟାଳୟରେ କହିବାର ସୁଯୋଗ ପାଇଲି । କେବଳ ସେତିକି ନୁହେଁ, ମହିଳା ଦିବସ ଅବସରରେ ଭାରତର ତକ୍ରାଳୀନ ରାଷ୍ଟ୍ରତି ଏପିଜେ ଅବ୍‌ଦୁଲ୍‌ କାଲାମଙ୍କଠାରୁ ଜାତୀୟ ପୁରସ୍କାର ଗ୍ରହଣ କଲି । ମୁଁ ସବୁ ଲୋକଙ୍କୁ ବାସ୍‌ ଏତିକି କହିବି କି ନିଜ ଭିତରର ନିଜକୁ ଚିହ୍ନନ୍ତୁ ।’

Get real time updates directly on you device, subscribe now.