fbpx

ଆପଣଙ୍କ ବଗିଚାରେ ଫୁଟୁଥିବା ଗୋଲାପ ଫୁଲରେ ଥିବା ଔଷଧୀୟ ଗୁଣ ବିଷୟରେ ଜାଣନ୍ତୁ

ଗୋଲାପ ଫୁଲ ଦେଖିବାକୁ ବହୁତୁ ସୁନ୍ଦର ହୋଇଥାଏ। ସମସ୍ତଙ୍କ ବଗିଚାରେ ଭିନ୍ନ ଭିନ୍ନ କଲର ଗୋଲାପ ଫୁଲ ଲଗାଇଥାନ୍ତି। ଏହି ଫୁଲ ଦେଖିବାକୁ ଯେମିତି ସୁନ୍ଦର ସେତିକି ଶରୀର ପାଇଁ ବି ଉପକାରୀ ହୋଇଥାଏ। ଏଥିରେ ବହୁ ମାତ୍ରାରେ ଔଷଧୀୟ ଗୁଣ ରହିଛି। ତେବେ ଆସନ୍ତୁ ଜାଣିବା ଏଥିରେ କଣ ଔଷଧୀୟ ଗୁଣ ରହିଛି।

ଗୋଲାପ ପାଖୁଡ଼ାକୁ ପେଷ୍ଟ୍‌ କରି ତ୍ୱଚାରେ ଲଗାଇବା ଦ୍ୱାରା ଚେହେରା ଉଜ୍ଜ୍ୱଳ ଦେଖାଯାଇଥାଏ।

ଚେହେରା ରେ ଦାଗ ଥିଲେ  ଗୋଲାପ ପାଖୁଡ଼ାକୁ ଶୁଖାଇ ପାଣି ସହ ମୁଲତାନ ମାଟିରେ ମିଶାଇ ସପ୍ତାହକୁ ଥରେ ଲଗାନ୍ତୁ।

ଗୋଲାପରେ ଭିଟାମିନ୍-ସି ଓ ଆଣ୍ଟିଅକ୍ସିଟାଣ୍ଟ ରହିଛି। ଏହାର ପାଖୁଡ଼ାକୁ ପାଣି କିମ୍ୱା ମେଥି ସହ ପେଷ୍ଟ୍‌ କରି ଖାଇବା ଦ୍ୱାରା ଆମର ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଗୋଲାପ ଫୁଲ ଶରୀରକୁ ଡିହାଇଡ୍ରେସନ୍‌ରୁ ସୁରକ୍ଷା ସହ ପେଟକୁ ଥଣ୍ଡା ମଧ୍ୟ ରଖିଥାଏ। ଗୋଲାପ ପାଖୁଡ଼ା ଖାଇବା ଦ୍ୱାରା ଓଠ ସବୁବେଳେ ସତେଜ ଦେଖାଯିବା ସହ ଓଠ ଫାଟିବାରୁ ମଧ୍ୟ ସୁରକ୍ଷା ମିଳିଥାଏ।

Get real time updates directly on you device, subscribe now.