fbpx

ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ଚିନ୍ତା ପ୍ରକାଶ କଲା ଭାରତ: କୀଭରେ ଥିବା ଭାରତୀୟଙ୍କ ପାଇଁ ଜାରି ହେଲା ଆଡଭାଇଜରୀ

ନୂଆଦିଲ୍ଲୀ: ଋଷସେନା ତରଫରୁ ସୋମବାର ୟୁକ୍ରେନର ଅନେକ ସହର ଉପରେ ଘନଘନ ଆକ୍ରମଣ ସମଗ୍ର ବିଶ୍ୱକୁ ଚକିତ କରିଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ପ୍ରାଣହାନୀ ହୋଇଥିବା କୁହାଯାଉଛି । ଏହାରି ମଧ୍ୟରେ ଭାରତ ଋଷ  ଋଷ-ୟୁକ୍ରେନ ଯୁଦ୍ଧ ଉପରେ ଚିନ୍ତା ଜାହିର କରିଛି । ଭାରତ ୟୁକ୍ରେନ-ଋଷ ସଙ୍ଘର୍ଷ ପୁଣି ଉଗ୍ର ରୂପ ନେବା ଉପରେ ସୋମବାର ଗଭୀର ଚିନ୍ତା ପ୍ରକାଶ କରିଛି । ଭାରତର ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତି ଅରିନ୍ଦମ ବାଗଚୀ କହିଛନ୍ତି ଯେ ଯୁଦ୍ଧ କରିବା କାହାର ହିତରେ ନୁହେଁ ଏବଂ ସବୁ ପକ୍ଷଙ୍କୁ ଶତ୍ରୁତା ତ୍ୟାଗ କରି ତୁରନ୍ତ କୂଟନୀତି ଏବଂ କଥାବାର୍ତ୍ତାର ରାସ୍ତା ଆପଣାଇବା ଦରକାର  । ଗତ କିଛି ସମୟରୁ ଅପେକ୍ଷାକୃତ ଶାନ୍ତି ପରେ ସୋମବାର ୟୁକ୍ରେନର କିଛି ଅଞ୍ଚଳରେ ଋଷ ମିସାଇଲ ମାଡ଼ କରିଛି ।

କିଭରେ ଭାରତୀୟ ଦୂତାବାସ ୟୁକ୍ରେନ ୟୁକ୍ରେନରେ ସବୁ ଭାରତୀୟ ନାଗରିଙ୍କ ପାଇଁ ଆଡଭାଇଜରୀ ଜାରି କରିଛନ୍ତି । ଭାରତୀୟ ନାଗରିକଙ୍କୁ ୟୁକ୍ରେନରେ ଏବଂ ଏଠାରେ ସବୁ ଅବୈଧ ଯାତ୍ରାରୁ ଦୂରେଇ ରହିବା ନେଇ ପରାମର୍ଶ ଦେଇଛି । ଏହା ସହ ନାଗରିକଙ୍କୁ ଦୂତାବାସ ସହ ଯୋଗଯୋଗ ରଖିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ, ଋଷ ସୋମବାର ୟୁକ୍ରେନର ରାଜଧାନୀ କିଭ ସହ ଅନେକ ସହର ଉପରେ ଆକ୍ରମଣ କରିଛି ଯେଉଁଥିରେ ନାଗରିକଙ୍କ ଠିକଣା ଉପରେ ମଧ୍ୟ ଟାର୍ଗେଟ କରାଯାଉଛି । ରାଜଧାନରୀ କିଭରେ ଆକ୍ରମଣରେ ଆଠ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ଆସିଛି । ସେପଟେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ କହିଛନ୍ତି ଯେ ୟୁକ୍ରେନ ଉପରେ ଆକ୍ରମଣ ମସ୍କୋର ନିୟନ୍ତ୍ରିତ କ୍ରିମିୟା ପ୍ରାୟଦ୍ୱୀପର ଏକ ପୋଲ ସମେତ କିଭ୍ର ଆତଙ୍କବାଦୀ କାର୍ଯ୍ୟାନୁଷ୍ଠାର ଜବାବରେ କରାଯାଇଛି ।

Get real time updates directly on you device, subscribe now.