fbpx

ଧୁମଧାମରେ ପାଳନ ହେଲା ମା ସିଂହାସନୀ ମାହେଶ୍ୱରୀଙ୍କ ପୂଜା: ଯାତ୍ରାରେ ଶହ ଶହ ଭକ୍ତଙ୍କ ଭିଡ

ବୌଦ୍ଧ ଜିଲ୍ଲାର ପୁରୁଣାକଟକରେ ମା ଭୈରବୀ ନାମରେ ପୂଜା ପାଉଥିବା ବେଳେ ଜିଲାର ଅନ୍ୟ ଏକ ଅଲୌକିକ ପୀଠ ବରପଦରରେ ମା ମାହେଶ୍ୱରୀ ସିଂହାସନୀ ନାମରେ ପୂଜା ପାଉଛନ୍ତି । ମା’ଙ୍କର ଏହି ପୀଠରେ ଅନେକ ଅଲୌକିକ ମହିମାମାନ ରହି ଆସିଛି । ଯାହାକି ସ୍ୱଚକ୍ଷୁରେ ହେଉ କିମ୍ବା ସେ ଅନୁଭବରେ ମା’ଙ୍କ କରୁଣାର ପ୍ରମାଣ ରହିଛି । ମାହେଶ୍ୱରୀ ସିଂହାସନୀ ମା’ଙ୍କ କୃପାର ସୀମା ନାହିଁ । ସେ କରୁଣା ଦାୟିନୀ, ସ୍ନେହମୟୀ ସେ ଭକ୍ତଙ୍କ ଉପରେ ମା ତାଙ୍କ କରୁଣା ସବୁବେଳେ ଢାଳି ଦେଇଥାନ୍ତି ।

ବୌଦ୍ଧ ଜିଲ୍ଲା ମୁଖ୍ୟାଳୟରୁ ଜିଲ୍ଲାର ଉପାନ୍ତ ଅଞ୍ଚଳ ବଘିଆପଡାରୁ ମାତ୍ର ୧୫ କିଲୋମିଟର ଦୂରରେ ଅବସ୍ଥିତ ବରପଦର । ଆଦିବାସୀ ଅଧ୍ୟୁଷିତ ଏହି ଅଞ୍ଚଳରେ ମା ସିଂହାସନୀ ମାହେଶ୍ୱରୀ ନାମରେ ପୂଜା ପାଉଛନ୍ତି । ମା’ଙ୍କର ଏହି ନାମର ମହତ୍ତ୍ୱ ମଧ୍ୟ ରହିଛି । ମା ୫୦୦ ବର୍ଷ ପୂର୍ବରୁ ଏଠାରେ ସିଂହାସନରେ ବସି ଆବିର୍ଭାବ ହୋଇଥିଲେ ବୋଲି କହିଛନ୍ତି ସ୍ଥାନୀୟ ଲୋକଙ୍କ । ଏହି ପୀଠରେ ବିଜୟା ଦଶମୀ ପରଦିନ ଅର୍ଥାତ୍ ଏକାଦଶୀ ଦିନ ମାଁଙ୍କ ପୂଜା ଧୁମଧାମରେ ପାଳନ କରାଯାଏ । ଏବଂ ଏହି ପୂଜାରେ ହଜାର ହଜାର ଭକ୍ତ ଙ୍କ ଭିଡ଼ ଦେଖିବାକୁ ମିଳେ । ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ ହେଲେ ସେ ଏହିଦିନ ପୀଠକୁ ଆସି ମାଆଙ୍କୁ ଭୋଗ ସମର୍ପଣ କରିଥାନ୍ତି । ଏଠାରେ କେବଳ ଆଦିବାସୀ ଙ୍କ ପାଖରୁ ମା ପୂଜା ପାଇଥାନ୍ତି । ସେଥିପାଇଁ ଆଦିବାସୀ ମାନେ ସେଠାରେ ଇଷ୍ଟଦେବୀ ବୋଲି ମାନନ୍ତି ।

ମାଆଙ୍କର ପୂଜା ସମ୍ପୂର୍ଣ୍ଣ ନିଆରା ।ଏଠାରେ ମା’ଙ୍କ ଖଣ୍ଡାକୁ ଦ ଏକାଦଶୀ ଦିନ ପୂଜା କରାଯାଇ ମହା ପଟୁଆରରେ ପର୍ବତ ଉପର ଏକ ପୀଠକୁ ପୂଜା ପାଇଁ ନିଆଯାଇଥାଏ । ସବୁ ପୀଠରେ ମା’ଙ୍କ ଖଣ୍ଡା ସିଧା ଥିବା ବେଳେ ଏହି ମା ସିଂହାସନୀ ମାହେଶ୍ୱରୀଙ୍କ ଖଣ୍ଡା ବକ୍ର ଖଣ୍ଡା । ପ୍ରଥମେ ଏହି ଖଣ୍ଡାକୁ ଦେହୁରୀଙ୍କ ଘରୁ ପୂଜାର୍ଚ୍ଚନା କରି ଛତି ଛତ୍ର ସହିତ ମା’ଙ୍କ ପୀଠକୁ ଆଣିଥାନ୍ତି ଭକ୍ତ । ସେଠାରେ ଖଣ୍ଡାକୁ ସ୍ନାନ କରି ପୂଜା କରାଯାଏ ଏବଂ ବିରାଟ ପଟୁଆରରେ ପର୍ବତ ପୀଠକୁ ନିଆଯାଇଥାଏ । ତେବେ ଏହି ପୀଠରେ ମା ଶହ ଶହ ବର୍ଷ ହେବ ପୂଜା ପାଇ ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ମନ୍ଦିର ନିର୍ମାଣ ଦିଗରେ କିମ୍ବା ମା’ଙ୍କ ପ୍ରଚାର ପ୍ରସାର ଦିଗରେ କୌଣସି ଦୃଷ୍ଟି ନାହିଁ । ଯେଉଁଥିପାଇଁ ଭକ୍ତ ମାନେ କ୍ଷୋଭ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.