fbpx

ନୟନତାରା ଏବଂ ବିଗ୍ନେଶଙ୍କ ପ୍ୟାରେଣ୍ଟ୍ସ ହେବା ଉପରେ ଉଠିଲା ପ୍ରଶ୍ନ: ସରୋଗେସୀ ଉପରେ ଏବେ ସରକାର କରିବେ ଯାଞ୍ଚ

ନୂଆଦିଲ୍ଲୀ: ନିକଟରେ ସାଉଥ ସୁପରଷ୍ଟାର ନୟନତାରା ଏବଂ ତାଙ୍କ ପତି ବିଗ୍ନେଶ ଶିବନ ଯମଜ ସନ୍ତାନଙ୍କୁ ସ୍ୱାଗତ କରିଛନ୍ତି । ରବିବାର ଅକ୍ଟୋବର ୯ ତାରିଖରେ ସୋସିଆଲ ମିଡିଆ ଫଟୋ ସେୟାର କରି ପ୍ୟାରେଣ୍ଟସ ହେବାର ଖବର ଦେଇଥିଲେ । ଉଭୟଙ୍କ ଫ୍ୟାନ୍ ଏହି ସରପ୍ରାଇଜ ପରେ ଖୁସି ହୋଇଯାଇଥିଲେ ଏବଂ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଏହାରି ମଧ୍ୟରେ ଟ୍ୱିଟରରେ ସରୋଗେସୀ ଏବଂ ପୋଷ୍ୟସନ୍ତାନକୁ ନେଇ ବିବାଦ ଦେଖାଦେଇଥିଲା । ଅନେକ ୟୁଜର୍ସ କହିଥିଲେ ଯେ ନୟନତାରା ସରୋଗେସୀ ବାଟ ଆପଣାଇ ଠିକ୍ କରିନାହାଁନ୍ତି । ଏବେ ଏହି ମାମଲାରେ ସରକାର ମଧ୍ୟ ଯୋଡ଼ି ହୋଇଯାଇଛନ୍ତି । ଅନେକ ଆଇନ ବିଶେଷଜ୍ଞ କହିଥିଲେ ଯେ ଭାରତରେ ଜାନୁଆରୀରୁ ସରୋଗେସୀକୁ ଅବୈଧ କରିଦିଆଯାଇଛି, କିଛି ପରିସ୍ଥିତିକୁ ଛାଡ଼ି ।

ନୟନତାରା ଜାଆଁଳା ପିଲାଙ୍କୁ ଜନ୍ମ ଦେବାପରେ ଏବେ ନୟନତାରା ଏବଂ ତାଙ୍କ ପତି ବିଗ୍ନେଶ ଶିବନଙ୍କ ଉପରେ ପ୍ରଶ୍ନ ଉଠାଯାଉଛି ଯେ ସେମାନେ କାହିଁକି ସରୋଗେସୀକୁ ଆପଣାଇଥିଲେ । ତାମିଲନାଡୁ ସ୍ୱାସ୍ଥ୍ୟ ମନ୍ତ୍ରୀ ସୁବ୍ରମଣ୍ୟମ କହିଥିଲେ ଯେ ସେ ଏହି ମାମଲାରେ ଯାଞ୍ଚ ଜାରିରହିଛି । ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ ଯେ ଏହି ମାମଲାରେ ସରୋଗେସୀ ନିୟମଙ୍କୁ ପାଳନ କରାଯାଇଥିଲା କି ନାହିଁ?

ଜାନୁଆରୀ ୨୦୨୨ ରେ ଭାରତରେ ସରୋଗେସୀକୁ ଅବୈଧ ଘୋଷଣା କରାଯାଇଛି କେବଳ ସେତିକିବେଳେ ସରୋଗେସୀକୁ ଆପଣାଇପାରିବେ ଯେତେବେଳେ ପ୍ରାକୃତିକ ଉପାୟରେ ପ୍ୟାରେଣ୍ଟ୍ସ ହୋଇପାରିବେ ନାହିଁ । ଏବେ ଦେଖିବାକୁ ବାକି ରହିଲା ଯେ କ’ଣ ଭାରତରେ କୌଣସି ବି ଦମ୍ପତ୍ତି ସରୋଗେସୀର ରାସ୍ତା ବିବାହର ପାଞ୍ଚ ବର୍ଷ ପରେ ହିଁ ଆପଣାଇବା ନିୟମ ରହିଛି କି ନାହିଁ ।

ରିପୋର୍ଟ ଅନୂଯାୟୀ ନୟନତାରା ଏବଂ ବିଗ୍ନେଶ ସରୋଗେସୀ ଦ୍ୱାରା ପ୍ୟାରେଣ୍ଟସ ହୋଇଥିଲେ । କିନ୍ତୁ ଦମ୍ପତ୍ତିଙ୍କ ତରଫରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।  ଏମିତି ମଧ୍ୟ କୁହାଯାଉଛି ଯେ ହୋଇପାରେ ନୟନତାରା ଏବଂ ବିଗ୍ନେଶ ସରୋଗେସୀ ପ୍ରକ୍ରିୟାକୁ ଡିସେମ୍ବର ୨୦୨୧ ପୂର୍ବରୁ ଆରମ୍ଭ କରିଥିବେ ଯେତେବେଳେ କମର୍ସିଆଲ ସରୋଗେସୀକୁ ମଞ୍ଜୁରୀ ଥିଲା ।

ସରୋଗେସୀ ଆକ୍ଟ ୨୦୨୧ ଡିସେମ୍ବର ୨୦୨୧ ରେ ପାସ୍ ହୋଇଥିଲା ଏବଂ ୨୫ ଜାନୁଆରୀ ୨୦୨୨ ରେ ଲାଗୁ ହୋଇଥିଲା । ଏହି ଆକ୍ଟ ଅନୂଯାୟୀ ବ୍ୟବସାୟିକ ସରୋଗେସୀ ଉପରେ ବ୍ୟାନ୍ ଲଗାଯାଇଥିଲା । କେବଳ ପରୋପକାରୀ ସରୋଗେସୀକୁ ଅନୁମତି ରହିଥିଲା । ଯେଉଁଥିରେ ସରୋଗେଟ ମା’ ଟଙ୍କା ନେଇନଥାନ୍ତି । କେବଳ ତାଙ୍କର ମେଡିକାଲ ଖର୍ଚ୍ଚ ଏବଂ ଜୀବନ ବୀମା ଖର୍ଚ୍ଚ ହୋଇଥାଏ । ସୂଚନାଯୋଗ୍ୟ, ନୟନତାରା ଏବଂ ବିଗ୍ନେଶ ୨୦୧୫ ରେ ପରସ୍ପରକୁ ଭେଟିଥିଲେ । ଉଭୟ ୭ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ୍ କରିଥିଲେ ଏବଂ ପରେ ଜୁନରେ ବିବାହ କରିଥିଲେ । ଉଭୟଙ୍କ ବିବାହ ଫଟୋ ଖୁବ୍ ଭାଇରାଲ ହୋଇଥିଲା ।

Get real time updates directly on you device, subscribe now.