fbpx

ତୃତୀୟ ମ୍ୟାଚ ଉପରେ ବର୍ଷାର କଳା ବାଦଲ: ଫାଇନାଲ ମ୍ୟାଚର ମଜା ହୋଇପାରେ ଗାଏବ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସିରିଜ ଏବେ ଏକ ନୂଆ ମୋଡରେ ଠିଆ ହୋଇଛି । ପ୍ରଥମ ଦିନିକିଆରେ ଭାରତର ଶୋଚନୀୟ ପରାଜୟ ପରେ ସିରିଜ ମଧ୍ୟ ଦକ୍ଷିଣ ଆଫ୍ରିକା ନେଇଯିବ ବୋଲି ମନେ ହେଉଥିଲା । କିନ୍ତୁ ଦ୍ୱିତୀୟ ଦିନିକିଆରେ ଜବରଦସ୍ତ କମବ୍ୟାକ କରିଛି ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକାକୁ ମାତ ଦେଇ ସିରିଜ ୧-୧ରେ ବରାବର କରିଛି । ତେଣୁ ତୃତୀୟ ଦିନିକିଆ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଏବଂ ଫାଇନାଲ ହୋଇଛି । ତେବେ ଏହି ମ୍ୟାଚକୁ ନେଇ ଏବେ ଦେଖା ଦେଇଛି ସଂକଟ । ବର୍ଷା ଏହି ମ୍ୟାଚ ଉପରେ କଳାବାଦଲ ଢାଙ୍କି ଦେଇଛି ।

ସିରିଜର ତୃତୀୟ ତଥା ଫାଇନାଲ ମ୍ୟାଚରେ ବିଜୟ ସହ ସିରିଜ ହାତେଇବା ପାଇଁ ଚେଷ୍ଟା କରିବେ ଉଭୟ ଦଳ । କିନ୍ତୁ ଏହି ମ୍ୟାଚ ଖେଳାଯିବା ନେଇ ଏବେ ଏକ ବଡ ପ୍ରଶ୍ନ ସୃଷ୍ଟି ହୋଇଛି । ମ୍ୟାଚରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଥିବାରୁ ଏହି ଫାଇନାଲ ମ୍ୟାଚ ଖେଳାଯିବ କି ନାହିଁ ଏବେ ବି ପ୍ରଶ୍ନବାଚୀ ରହିଛି । ନୂଆଦିଲ୍ଲୀରେ ଆସନ୍ତାକାଲି ବର୍ଷା ହେବାର ମଧ୍ୟ ପୂର୍ବାନୁମାନ କରାଯାଇଛି ।

ତେବେ ଉଭୟ ମ୍ୟାଚରେ ଟିମ ଇଣ୍ଡିଆର ଓପନିଙ୍ଗ ଯୋଡି ଫେଲ ମାରିଛି । ଅଧିନାୟକ ଶିଖର ଧୱନ ଏବଂ ଶୁଭମନ ଗିଲଙ୍କ ନିକଟରୁ ବଡ ସ୍କୋର ଆଶା କରୁଥିଲେ ବି ଏବେ ପର୍ଯ୍ୟନ୍ତ ନିଜକୁ ପ୍ରମାଣ କରି ପାରିନାହାନ୍ତି ଉଭୟ ଖେଳାଳି । ପ୍ରଥମ ମ୍ୟାଚରେ ମିଡିଲ ଅର୍ଡର ନିରାଶ କରିଥିଲେ ବି ଦ୍ୱିତୀୟ ମ୍ୟାଚରେ ଇଶାନ କିଶାନ ଏବଂ ଶ୍ରେୟସ ଆୟର କମବ୍ୟାକ କରିଛନ୍ତି । ସେହିପରି ସଞ୍ଜୁ ସାମସନ ମଧ୍ୟ ଫର୍ମରେ ଅଛନ୍ତି । ତେବେ ବୋଲରଙ୍କ ଠାରୁ ଆଉ ଟିକିଏ ଭଲ ପ୍ରଦର୍ଶନ ଆଶା କରୁଛି ମେନ ଇନ ବ୍ଲୁ ।

Get real time updates directly on you device, subscribe now.