fbpx
BSKY
BJD SHG SKY
BJD MC SKY

୧୦ ଦିନ ଦୀପାବଳି ଛୁଟି: କମ୍ପାନୀ କହିଲା ‘ବହୁତ୍ କାମ ହୋଇଗଲା, ଯାଅ ଛୁଟି ମନାଅ’

ନୂଆଦିଲ୍ଲୀ: ଦେଶରେ ଚାଲିଥିବା ପାର୍ବଣ ଋତୁ ଚାଲିଛି। ଏହି ଅବସରରେ ଅନେକ କମ୍ପାନୀ ସେମାନଙ୍କ କର୍ମଚାରୀମାନଙ୍କୁ ବୋନସ ଦେଉଥିବା ବେଳେ ଅନେକ ଅନ୍ୟାନ୍ୟ ଉପାୟରେ କର୍ମଚାରୀଙ୍କୁ ଖୁସି କରିବାକୁ ଚେଷ୍ଟା କରୁଛନ୍ତି। ଆଗକୁ ଦୀପାବଳି ଥିବାରୁ ଏହି ଧାରା ଲାଗି ରହିଛି। ତେବେ ଦୀପାବଳି ସମୟରେ ପରିବାର ସହିତ ସମୟ ଅତିବାହିତ କରିବା ପାଇଁ ଅଫିସ କାର୍ଯ୍ୟ ସମସ୍ୟା ହୋଇ ଉଠେ। ଏହାକୁ ନଜରରେ ରଖି ଆମେରୀକାର ଏକ କମ୍ପାନୀ ଏହାର ଭାରତୀୟ କର୍ମଚାରୀମାନଙ୍କୁ ୧୦ ଦିନ ଛୁଟି ଦେଇଛି। କର୍ମଚାରୀମନାଙ୍କୁ କାମ ବନ୍ଦ କରି ପରିବାର ସହିତ ସମୟ ଅତିବାହିତ କରିବାକୁ କହିଛି।

ବିଜନେସ୍ ଟୁଡେ ରିପୋର୍ଟ ମୁତାବକ, ନ୍ୟୁୟର୍କ ସ୍ଥିତ ସ୍ପେସ୍ ପ୍ରୋବାଇଡର ‘ଉଇୱାର୍କ’ ଭାରତୀୟ କର୍ମଚାରୀମାନଙ୍କୁ ଦୀପାବଳି ଅବସରରେ ଏକ ଭିନ୍ନ ଧରଣର ଉପହାର ଦେଇଛି। ୧୦ ଦିନ ବ୍ୟାପି ଛୁଟି ବିଷୟରେ କମ୍ପାନୀ କହିଛି କି କର୍ମମୟ ବ୍ୟସ୍ତତା ମଧ୍ୟରେ ପାର୍ବଣ ଋତୁରେ ପରିବାର ସହିତ ସମୟ ବିତାଇବା ପାଇଁ କର୍ମଚାରୀମାନଙ୍କୁ ଛୁଟି ଦିଆଯାଇଛି। ଉଇୱାର୍କ ଅନୁସାରେ ‘କର୍ମଚାରୀ ପ୍ରଥମେ ପଲିସି’ ଅନୁଯାୟୀ ଏଭଳି ବ୍ୟବସ୍ଥା ପ୍ରଥମେ ୨୦୨୧ରେ ଆରମ୍ଭ କରାଯାଇଥିଲା।

କମ୍ପାନୀ ମୁଖ୍ୟ ପିପଲ ଏବଂ କଲଚର ଅଫିସର ପ୍ରୀତି ସେଠି କହିଛନ୍ତି ଯେ, ୨୦୨୨ କମ୍ପାନୀ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହାକୁ ନଜରରେ ରଖି କର୍ମଚାରୀମାନଙ୍କୁ ଏହି ଉପାୟରେ କମ୍ପାନୀ ଅଭିନନ୍ଦନ ଜାହିର କରିଛି। ରିପୋର୍ଟ ଅନୁସାରେ ଭାରତରେ ଉଇୱାର୍କ କମ୍ପାନୀର ଏନସିଆର୍, ମୁମ୍ବାଇ, ବେଙ୍ଗାଲୁର, ପୁନେ ଏବଂ ହାଇଦ୍ରାବାଦ୍ ଭଳି ୪୦ ସହରରେ ୫ ମିଲିୟନ୍ ଫୁଟ୍ ରୁ ଅଧିକ ସମ୍ପତି ରହିଛି। ସୂଚନା ଯୋଗ୍ୟ ନିକଟରେ ଅନଲାଇନ୍ ଡେଲିଭରୀ ପ୍ଲାର୍ଟଫର୍ମ ମିଶୋ ମଧ୍ୟ ଏହାର କର୍ମଚାରୀମାନଙ୍କୁ ୧୧ ଦିନର ‘ରିସେଟ୍ ଆଣ୍ଡ ରିଚାର୍ଜ’ ଛୁଟି ଘୋଷଣା କରାଥିଲା।

Get real time updates directly on you device, subscribe now.