fbpx
BSKY
BJD MC SKY
BJD YOUTH SKY

ଏଣିକି ପ୍ରତି ଘର ବାହାରେ ରହିବ ଡଷ୍ଟବିନ୍: ନହେଲେ ଫାଇନ୍ ପଡ଼ିବ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସହରକୁ ସ୍ୱଚ୍ଛ ତଥା ପରିମଳ ରଖିବା ପାଇଁ ବିଏମସି ପକ୍ଷରୁ ଅନେକ ପଦକ୍ଷେପମୂଳକ ପଦକ୍ଷେପ ନିଆଯାଉଛି । ବିଭିନ୍ନ ସମୟରେ ଏନେଇ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି । ଏହାରି ମଧ୍ୟରେ ବିଏମସି ଏକ ନୂଆ ପଦକ୍ଷେପ ଗ୍ରହଣ କରିଛି । ଏଣିକି ପ୍ରତି ଘର ଏବଂ ଦୋକାନ ବାହାରେ ଦୁଇଟି ଡଷ୍ଟବିନ୍ ରଖିବାକୁ ବାଧ୍ୟତାକୂଳକ କରାଯାଇଛି । ଯେଉଁଥିରେ ଗୋଟିଏ ଓଦା ଅଳିଆ ପାଇଁ ଏବଂ ଅନ୍ୟଟି ଶୁଖିଲା ଅଳିଆ ପାଇଁ । ଯଦି ଏହି ନିୟମକୁ ଅବମାନନା କରାଯାଏ ତେବେ ୫ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିପାରେ । ଖାଲି ସେତିକି ନୁହେଁ ସଫେଇବାଲା ଗାଡ଼ିରେ ଅଳିଆ ଅଲଗା କରି ନଦେଲେ ୫୦୦ ଟଙ୍କା ଜରିମାନା ମଧ୍ୟ ଲଗାଯିବ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ବିଏମସି ତରଫରୁ ୟୁନିଟ୍-୧ ହାଟର ସମସ୍ତ ବ୍ୟବସାୟୀଙ୍କୁ ଚେତାବନୀ ଜାରିକରିଛି । ହାଟରେ ଏଣିକି ପଚା ପରିବା ଓ ବର୍ଜ୍ୟବସ୍ତୁ ରାସ୍ତାକୁ ଫିଙ୍ଗିଲେ ୫ ହଜାର ଜରିମାନା ଦେବାକୁ ହେବ । ଅଳିଆକୁ ଅଲଗା ଅଲଗା ନ ପକାଇଲେ ୫ ଶହ ଟଙ୍କା ଜରିମାନା ହେବ । ରାଜଧାନୀକୁ ପରିଷ୍କାର ରଖିବା ପାଇଁ ସମସ୍ତେ ସହଯୋଗ କରନ୍ତୁ ବୋଲି କହିଛନ୍ତି ବିଏମସି କମିଶନର । ଚେତାବନୀ ଦେବା ସହ ତାଗିଦ ମଧ୍ୟ କରିଛନ୍ତି ବିଏମସି କମିଶନର ।

Get real time updates directly on you device, subscribe now.