fbpx
BJD SKY
BJD SKY

(video)ମୋଦୀଙ୍କ ହେଲିକପ୍ଟରରୁ ନିଆଗଲା ରାମ ମନ୍ଦିରର ଏରିିଅଲ ଭ୍ୟୁ, ଭବ୍ୟତା ଭରିଦେବ ହୃଦୟ

BJD

ଅଯୋଧ୍ୟା: ଆଜି ଚାରିଆଡେ କେବଳ ରାମ ମନ୍ଦିରକୁ ନେଇ ଚର୍ଚ୍ଚା । ଏହାରି ମଧ୍ୟରେ ଆକାଶ ମାର୍ଗରୁ ରାମ ମନ୍ଦିରର ଏକ ସୁନ୍ଦର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସୁଛି । ଏହି ଭିଡିଓ ସମସ୍ତ ରାମ ଭକ୍ତଙ୍କ ହୃଦୟ କିଣି ନେଇଛି ।

ଭିଡିଓରେ ଆପଣ ଦେଖିପାରିବେ କି ରାମ ମନ୍ଦିର ଆକାଶରୁ କିପରି ପ୍ରତୀୟମାନ ହେଉଛି । ଏହି ଭ୍ୟୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହେଲିକପ୍ଟରରୁ ନିଆଯାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କ ହେଲିକପ୍ଟରରୁ ଏକ ଭିଡିଓ ଶୁଟ୍ କରାଯାଇଛି । ଏହି ଭିଡିଓରେ ଆପଣ ଦେଖିପାରିବେ କି ଆକାଶ ମାର୍ଗରୁ ଆପଣ ରାମ ମନ୍ଦିର କିପରି ଦୃଶ୍ୟମାନ ହେଉଛି । ରାମ ମନ୍ଦିରର ଉତ୍ସାହ ଆଜି କେବଳ ଭାରତରେ ନୁହେଁ ବିଶ୍ୱର ୫୫ ଦେଶ ଅଲଗା ଅଲଗା ମାଧ୍ୟମ ଯେପରିକି ଟିଭି, ସୋସିଆଲ ମିଡିଆ ଆଦି ମାଧ୍ୟମରେ ଏହାକୁ ଦେଖୁଛନ୍ତି ।

Get real time updates directly on you device, subscribe now.