fbpx

ରାମ ମନ୍ଦିର ଅଭିମୁଖେ ଗଲାବେଳେ ସାମ୍ପ୍ରଦାୟିକ ଉତ୍ତେଜନା; ଶୋଭାଯାତ୍ରା ଉପରକୁ କଲେ ପଥର ମାଡ଼

ନୂଆଦିଲ୍ଲୀ: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ରବିବାର ରାମ ଯାତ୍ରା ଚାଲିଥିବା ବେଳେ ଗୁଜରାଟର ମେହସାନା ଜିଲ୍ଲାର ଖେରାଲୁ ଗାଁ ଉପରକୁ ପଥର ମାଡ଼ ହୋଇଥିଲା। ଘଟଣାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ବହୁ ସଂଖ୍ୟକ ପୁଲିସ ଫୋର୍ସ ମଧ୍ୟ ପହଞ୍ଚିଥିଲେ। ପଥରମାଡ଼ ପରେ ଯାତ୍ରା କୁ ବନ୍ଦ କରି ପ୍ରାୟ ଅଢ଼େଇ ଘଣ୍ଟା ପରେ ପୁଲିସ ଓ ସ୍ଥାନୀୟ ବିଧାୟକଙ୍କ ଉପସ୍ଥିତିରେ ଯାତ୍ରା ଶେଷ ହୋଇଥିଲା।

ଏହି ଘଟଣାରେ ହିନ୍ଦୁ ସମ୍ପ୍ରଦାୟ ଦାବି କରୁଛନ୍ତି ଯେ ଆକ୍ରମଣ ଏପର୍ଯ୍ୟନ୍ତ କୌଣସି ଉତ୍ତେଜନା ମୂଳକ ପଦକ୍ଷେପ ନିଆଯାଇ ନାହିଁ, ଯେତେବେଳେ କି ମୁସଲମାନ ସମ୍ପ୍ରଦାୟର ନେତାମାନେ ଦାବି କରିଛନ୍ତି ଯେ ଯାତ୍ରାରେ ଚାଲୁଥିବା ଟ୍ରାକ୍ଟରରେ ବସିଥିବା ଲୋକମାନେ ଉତ୍ତେଜନାମୂଳକ ବୟାନ ଦେଇଥିଲେ। ମେହସାନା ରେଞ୍ଜ ଆଇଜି ବୀରେନ୍ଦ୍ର ଯାଦବ ଗଣମାଧ୍ୟମକୁ କହିଛନ୍ତି, ଶୋଭାଯାତ୍ରା ସମୟରେ ପୁଲିସ ପର୍ଯ୍ୟାପ୍ତ ବ୍ୟବସ୍ଥା କରିଥିଲା। ପରିସ୍ଥିତି ଗମ୍ଭୀର ହେବାରୁ ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା। ବର୍ତ୍ତମାନ ତଦନ୍ତ ଜାରି ରହିଛି ଏବଂ ପଥର ମାଡ଼ ଘଟଣାରେ ଦେଖାଯାଉଥିବା ପ୍ରାୟ ୧୫ ଜଣଙ୍କୁ ମଧ୍ୟ ଅଟକ ରଖାଯାଇଛି।

ଏହି ଘଟଣାରେ ୩୨ ଜଣଙ୍କ ବିରୋଧରେ ଏତଲା ରୁଜୁ ହୋଇଛି। ତେବେ କାହାରିକୁ ଗିରଫ କରାଯାଇନାହିଁ। ଖେରାଲୁରେ ସାମ୍ପ୍ରଦାୟିକ ଉତ୍ତେଜନା ଘଟଣା ସାଧାରଣ ନୁହେଁ। ପ୍ରାୟ ୧୫-୧୭ ହଜାର ଜନସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ପ୍ରାୟ ୨୫୦୦-୩୦ ମୁସଲମାନ ବସବାସ କରନ୍ତି। ଦୁଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତିପୂର୍ଣ୍ଣ ସମ୍ପର୍କ ରହିଛି ଏବଂ ହିନ୍ଦୁ-ମୁସଲମାନ ବାଣିଜ୍ୟିକ ଭାଗିଦାରୀ ରହିଛି।

Get real time updates directly on you device, subscribe now.