fbpx
BJD SKY
BJD SKY

ଭଗବାନଙ୍କ ଆଗରେ ରହିଲେ ଡାକ୍ତର ! ଯୁବକଙ୍କୁ ଲଗାଇଦେଲେ ବ୍ରେନ ଡେଡ୍ ମହିଳାଙ୍କ ହାତ

BJD

ମେଡିକାଲ ସାଇନ୍ସ ସତରେ ହେଉଛି ଚମତ୍କାର ଦୁନିଆ । ମୃତ୍ୟୁ ପଥରେ ଥିବା ଲୋକମାନେ ନୂଆ ଜୀବନ ପାଉଛନ୍ତି, ଅଙ୍ଗ ନଥିବା ଲୋକମାନେ ନୂଆ ଅଙ୍ଗ ପାଉଛନ୍ତି । ନୂଆଦିଲ୍ଲୀର ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଏପରି ଏକ କାର୍ଯ୍ୟ କରିଛନ୍ତି ।

ଏଠାରେ ଡାକ୍ତରମାନେ ହାତ ନଥିବା ଜଣେ ଯୁବକଙ୍କୁ ନୂଆ ହାତ ଦେଇ ତାଙ୍କ ଜୀବନରେ ନୂଆ ଆଶାର କିରଣ ସୃଷ୍ଟି କରିଛନ୍ତି । ଡାକ୍ତରମାନେ ବ୍ରେନ ଡେଡ୍ ମହିଳାଙ୍କ ହାତ କାଟି ଯୁବକଙ୍କଠାରେ ଲଗାଇବାରେ ସଫଳ ହୋଇଛନ୍ତି ।

ସୂଚନାନୁସାରେ, ଟ୍ରେନ୍ ଦୁର୍ଘଟଣାରେ ଜଣେ ୪୫ ବର୍ଷ ବୟସ୍କ ଯୁବକଙ୍କର ଦୁଇ ହାତ କଟି ଯାଇଥିଲା । ଗଙ୍ଗାରାମ ହସ୍ପିଟାଲର ଡାକ୍ତରମାନେ ଜଣେ ବ୍ରେନ୍ ଡେଡ୍ ମହିଳାଙ୍କ ଦୁଇ ହାତ କାଟି ଯୁବକଙ୍କଠାରେ ଲଗାଇଥିଲେ ଏବଂ ଏହି ହାତ ପ୍ରତିରୋପଣ ସମ୍ପୂର୍ଣ୍ଣ ସଫଳ ହୋଇଛି । ମସ୍ତିଷ୍କ ରକ୍ତସ୍ରାବର ଶିକାର ହୋଇଥିବା ମହିଳାଙ୍କ ଅଙ୍ଗ ଦାନ ଯୋଗୁଁ ଏହା ସମ୍ଭବ ହୋଇଛି । ମହିଳାଙ୍କ ଆଖିକୁ ମଧ୍ୟ ରୋଗୀଙ୍କୁ ଦିଆଯିବ । ୧୨ ଘଣ୍ଟାର ଦୀର୍ଘ ସର୍ଜରୀ ପରେ ଡାକ୍ତରମାନେ ନାଙ୍ଗଲୋଇର ଯୁବକଙ୍କଠାରେ ଦୁଇ ହାତ ଯୋଡିବାରେ ସଫଳ ହୋଇଛନ୍ତି ।

Get real time updates directly on you device, subscribe now.