fbpx

ପଞ୍ଜଶୀରଠାରୁ ପଙ୍ଗା ନେବା ପଡ଼ିଲା ମହଙ୍ଗା; ୭୦୦ ତାଲିବାନି ନିପାତ, ୬୦୦ ବନ୍ଦୀ

ପଞ୍ଜଶୀର: ଆଫଗାନିସ୍ତାନରେ ଏବେ ତାଲିବାନିଙ୍କ ହୁକୁମ୍ ଜାରି ରହିଛି । ହେଲେ ତାଲିବାନି ମାନେ ପଞ୍ଜଶୀର ଉପରେ କବଜା କରିବାରେ ବିଫଳ ହେଉଥିବା ଦେଖିବାକୁ ମିଳିଛି । ସେମାନେ ପ୍ରାଣମୁର୍ଚ୍ଛା ଉଦ୍ୟମ ଜାରି ରଖିଛନ୍ତି ହେଲେ ଏଯାବତ୍ ପଞ୍ଜଶୀରକୁ ନିଜ ନାମରେ କରିପାରିନାହାନ୍ତି । ତେବେ ଏହି ପ୍ରକିୟାରେ ୭୦୦ ତାଲିବାନ ସଦସ୍ୟ ନିପାତ ହୋଇଛନ୍ତି । ଆଉ ଏଥିସହିତ ତାଲିବାନିଙ୍କ ନିୟନ୍ତ୍ରଣ ବାହାରେ ରହିଛି ପଞ୍ଜଶୀର । ଏନେଇ ଦାବି କରିଛି ପଞ୍ଜଶୀରର ରେଜିଷ୍ଟାନ୍ସ ଫୋର୍ସ ।

ନର୍ଦନ୍ ଆଲାଏନ୍ସ ସେନା କହିଛନ୍ତି ଯେ, ୭୦୦ରୁ ଅଧିକ ତାଲିବାନି ସେନାକୁ ସେମାନେ ନିପାତ କରିଛନ୍ତି ଓ ୬୦୦ ଜଣଙ୍କୁ ଧରି ବନ୍ଦୀ କରିଛନ୍ତି । ଆଉ ବାକି ଖସି ପଳାଇ ଯାଇଛନ୍ତି । ସବୁକିଛି ଯୋଜନା ମୁତାବକ ଚାଲିଛି । ସ୍ଥିତି ଆମ ନିୟନ୍ତ୍ରଣରେ ରହିଛି । ତେବେ ଏହା ପୂର୍ବରୁ ପଞ୍ଜଶୀରର ନେତା ଅହମଦ୍ ମସୁଦ୍ କହିଥିଲେ ଯେ, ମରିଯିବୁ ପଛକେ ଆତ୍ମସମର୍ପଣ କରିବୁ ନାହିଁ ।

ସୂଚନାଯୋଗ୍ୟ, ପଞ୍ଜଶୀରରେ ରେଜିଷ୍ଟାନ୍ସ ଫୋର୍ସର ନେତୃତ୍ୱ ଅହମ୍ମଦ ମାସୁଦ ଓ କାର୍ୟ୍ୟକାରୀ ରାଷ୍ଟ୍ରପତି ଅମରୁଲ୍ଲାହ ସାଲେହ ନେଉଛନ୍ତି । ୧୯୯୬ରୁ ୨୦୦୧ ଯାଏଁ ଆଫଗାନିସ୍ତାନରେ ତାଲିବାନର ରାଜୁତି ଥିଲା ବେଳେ ବି ସେମାନେ ପଞ୍ଜଶୀର ଦଖଲ କରିପାରି ନଥିଲେ ।

 

Get real time updates directly on you device, subscribe now.