fbpx
BJD SKY
BJD SKY

ସୁଧାଂଶୁ ସାର୍ ମୋ ଦୁଃଖ ବୁଝିଛନ୍ତି, ତାଙ୍କର କିଛି ଦୋଷ ନାହିଁ; ମୋ ଝିଅ ପାଇଁ ମୋତେ ଲାଜ ଲାଗୁଛି: ଦୂତିଙ୍କ ମାଆ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଧାବିକା ଦୁତିଙ୍କ ଅଭିଯୋଗ କ୍ରମେ ଫୋକସ୍ ପ୍ଲସ୍ ୱେବ୍ ପୋର୍ଟାଲ ସମ୍ପାଦକ ତଥା ସାମ୍ବାଦିକ ସୁଧାଂଶୁ ରାଉତଙ୍କୁ ପୋଲିସ୍ ଗିରଫ କରିଛି । ଏହାକୁ ନେଇ ଏବେ ମାହୋଲ ସରଗରମ ରହିଛି । ଦୁତିଙ୍କୁ ଅଶ୍ଳୀଳ ମନ୍ତବ୍ୟ ଓ ପ୍ଲାକମେଲିଂ କରିବା ଏବେ ସୁଧାଂଶୁଙ୍କୁ ମହଙ୍ଗା ପଡ଼ିଛି । ମହିଳା ଥାନାରେ ଅଭିଯୋଗ ପରେ ସାମ୍ବାଦିକଙ୍କୁ ପ୍ରଥମେ ଉଠାଇ ନେଇ ପଚରାଉଚରା କରି ଗିରଫ କରିଛି ପୋଲିସ୍ । ସାମ୍ବାଦିକଙ୍କ ବିରୋଧରେ ଦୁତି ଦାଦାଗିରି , ବଟିଆଦାୟ ଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ତେବେ ଏହି ମାମଲାରେ ଏବେ ଦୂତିଙ୍କ ମାଆଙ୍କ ପ୍ରତିିକ୍ରିୟା ସାମନାକୁ ଆସିଛି । ସେ କହିଛନ୍ତି ଯେ, ସୁଧାଂଶୁ ସାର୍ ଙ୍କର କିଛି ବି ଭୁଲ୍ ନାହିଁ । ସେ ତାଙ୍କ ଦୁଃଖ ସୁଧାଂଶୁ ସାର୍ ଙ୍କୁ କହିବା ପରେ ସେ ଏପରି କରିଛନ୍ତି । ସେ ମୋ ଦୁଃଖ ବୁଝିଥିବାରୁ ତାଙ୍କୁ ଗିରଫ କରାଯାଇଛି ।

ଖାଲି ସେତିକି ନୁହେଁ ଦୂତିଙ୍କ ମାଆ କହିଛନ୍ତି ଯେ, “ସୁଧାଂଶୁ ଯାହା ବି କରିଛନ୍ତି ମୋ କହିବାନୁସାରେ କରିଛନ୍ତି । ଦୂତି ମୋତେ କିଛି ନ ଜଣାଇ କିଛି ନ କହି ଏତେ ବଡ଼ ଭୁଲ କାମ କରିଛି । ସିଧା ଯାଇ ଥାନା ଏଫଆଇଆର୍ ଦେଇଦେଲା । ସେଥିପାଇଁ ମୁଁ ଦୁଃଖ କରୁଛି । ମୋତେ ଏଥିପାଇଁ ଲାଜ ଲାଗୁଛି । ସୁଧାଂଶୁ ମୋ କଥା ବୁଝି ମାଆଙ୍କ ଆଖିରୁ ଲୁହ ପୋଛିବା ନେଇ କହିଲେ ହେଲେ ସେ ଭଲ ଲୋକ ହୋଇ ତାଙ୍କୁ ଗିରଫ କରାଗଲା” ।

ସେ ଆହୁରି ବି କହିଛନ୍ତି ଯେ, “ମିଡିଆରେ ସେ ଯାହା ବି କହିଛନ୍ତି ସେସବୁ ମୁଁ ତାଙ୍କୁ କହିଥିଲି । ତାଙ୍କର କିଛି ବି ଭୁଲ୍ ନାହିଁ । ଯେଉଁ ସାମନ୍ତ ସାର୍ ଦୁତିକୁ ଚାକର ହିସାବରେ ରଖିଛି । ଏହିସବୁ ସାମନ୍ତ ସାର୍ ଙ୍କ ପାଇଁ ହିଁ ହେଉଛି” । ତେବେ ଏଭଳି ପ୍ରତିକ୍ରିୟା ଦେଇଛନ୍ତି ଦୂତିଙ୍କ ମାଆ । ଏବେ ଏହି ଘଟଣା କେଉଁ ମୋଡ଼ ନେଉଛି ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.