ଆଣ୍ଠେଇଲା ପାକିସ୍ତାନ.. ଏସିଆ କପ୍ ପୂର୍ବରୁ ପଳାଇଲା ଇଜ୍ଜତ, ଧୋଇଦେଲା ଆଫଗାନିସ୍ତାନ
ଏସିଆ କପ୍ ପୂର୍ବରୁ ଅଣ୍ଠେଇଲା ପାକିସ୍ତାନ, ଆଫଗାନିସ୍ତାନ ହାତରୁ ହେଲା ପରାଜୟ
ନୂଆଦିଲ୍ଲୀ: ଏସିଆ କପ ୨୦୨୫ ଆରମ୍ଭ ହେବାକୁ ଆଉ କିଛି ସମୟ ବାକି ରହିଲା । ଟିମ ଇଣ୍ଡିଆ ଅପେକ୍ଷା ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଜିତିବ ବୋଲି ଅଧିକ ଦାବି କରାଯାଉଛି । କିନ୍ତୁ ଏହା ପୂର୍ବରୁ ପାକିସ୍ତାନ ଆଣ୍ଠେଇଲାଣି । ନିଜ ଇଜ୍ଜତ ନିଜେ ତଳେ ପକାଇଛି ପାକିସ୍ତାନ । ଆଫଗାନିସ୍ତାନ ବିପକ୍ଷରେ ଲଜ୍ଜାଜନକ ପରାଜୟର ଶିକାର ହୋଇଛି ପାକିସ୍ତାନ ।
ପାକିସ୍ତାନକୁ ଆଣ୍ଠେଇଲା ଆଫଗାନିସ୍ତାନ: ୟୁଏଇରେ ବର୍ତ୍ତମାନ ଆଫଗାନିସ୍ତାନ, ପାକିସ୍ତାନ ଏବଂ ୟୁଏଇ ମଧ୍ୟରେ ଟ୍ରାଇ ସିରିଜ ଦେଖିବାକୁ ମିଳିଛି । ପାକିସ୍ତାନ ଏବଂ ଆଫଗାନିସ୍ତାନର ଟିମ ସିରିଜର ଚତୁର୍ଥ ଟି୨୦ ଅନ୍ତର୍ଜାତୀୟରେ ସାମ୍ନା ସାମ୍ନା ହୋଇଥିଲେ ।
ଆଫଗାନିସ୍ତାନ ଏଥିରେ ପ୍ରଥମେ ବ୍ୟାଟିଂ କରିଥିଲା । ସଲାମୀ ବ୍ୟାଟ୍ସମ୍ୟାନ ସେଦିକୁଲ୍ଲାହ ଅଟଳ ୪୫ ବଲର ସାମ୍ନା କରି ୬୪ ରନ କରିଥିଲେ । ଇବ୍ରାହିମ ଜାଦରାନ ମଧ୍ୟ ୪୫ ବଲର ସାମ୍ନାକୁ କରି ୬୫ ରନ କରିଛନ୍ତି । ଆଫଗାନିସ୍ତାନ ଟିମର ଅନ୍ୟ ବ୍ୟାଟ୍ସମ୍ୟାନମାନେ ଦୁଇ ରନରୁ ଅଧିକ କରିପାରି ନଥିଲେ ।
ପାକିସ୍ତାନକୁ ଜିତିବା ପାଇଁ ୧୭୦ ରନର ଟାର୍ଗେଟ ମିଳିଥିଲା । ସାମ ଅୟୁବ ପ୍ରଥମ ବଲରେ ଆଉଟ୍ ହୋଇଥିଲେ । ସାହିବଜାଦା ଫରହାନ ୧୮, ଫଖର ଜମାନ ୨୫ ଏବଂ କ୍ୟାପ୍ଟେନ ସଲମାନ ଅଲି ଆଗା ୨୦ ରନର ଇନିଂସ ଖେଳିଥିଲେ ।
କୌଣସି ମଧ୍ୟ ବ୍ୟାଟ୍ସମ୍ୟାନ ନିଜ ଇନିଂସକୁ ବଡ଼ କରିପାରିଲେନି । ହାରିସ ରଉଫ ଶେଷରେ ୧୬ ବଲର ସାମ୍ନା କରି ୩୪ ରନ କରିଥିଲେ । କିନ୍ତୁ ସେତିକି ବେଳେ ବହୁତ ବିଳମ୍ବ ହୋଇସାରିଥିଲା । ପାକିସ୍ତାନି ଟିମ ୨୦ ଓଭରରେ ମାତ୍ର ୧୫୧ ରନ କରିପାରିଥିଲା । ଆଫଗାନିସ୍ତାନ ୧୮ ରନରେ ପାକିସ୍ତାନକୁ ହରାଇ ଦେଇଥିଲା ।
ଆଫଗାନିସ୍ତାନର ବିଜୟର ହିରୋ କିଏ? ସେଦିକୁଲ୍ଲାହ ଅଟଲ ଏବଂ ଇବ୍ରାହିମ ଜାଦ୍ରାନ ଚମତ୍କାର ବ୍ୟାଟିଂ କରିଥିଲେ। ସ୍ପିନ୍ ବୋଲିଂ ଆଫଗାନିସ୍ତାନ ପାଇଁ ଲାଭଦାୟକ ପ୍ରମାଣିତ ହୋଇଥିଲା। ରସିଦ ଖାନ, ମହମ୍ମଦ ନବି ଏବଂ ନୁର ଅହମ୍ମଦ ପ୍ରତ୍ୟେକେ 2-2 ୱିକେଟ୍ ନେଇଥିଲେ। ଏମାନଙ୍କ ବ୍ୟତୀତ ଫଜଲହକ ଫାରୁକି ମଧ୍ୟ 2 ୱିକେଟ୍ ନେଇଥିଲେ।