fbpx

ମୃତ୍ୟୁର ୧୦ ଦିନ ପରେ ହେଲେ ମା’: ମହିଳାଙ୍କ ମୃତଦେହରୁ ଜନ୍ମ ନେଲା ଶିଶୁପୁତ୍ର

Advertisement

ନୂଆଦିଲ୍ଲୀ: ଜଣେ ମହିଳା ମରିବାର ୧୦ ଦିନ ପରେ ଏକ ପିଲାକୁ ଜନ୍ମ ଦେଇଛନ୍ତି । ମୃତଦେହକୁ କଫିନ୍ ଭିତରେ କବର ଦେବା ପରେ ମଧ୍ୟ ଜନ୍ମ ନେଇଛି ଏକ ଶିଶୁପୁତ୍ର । ମହିଳାଙ୍କ ଶବକୁ ପୋତିବାର ୧୦ ଦିନ ପରେ କଫିନ ଭିତରୁ ହଠାତ୍ ନବଜାତର କୁଆଁ କୁଆଁ କାନ୍ଦ ଶୁଣିବାକୁ ମିଳିଛି । କଫିନ ଭିତରର ଦୃଶ୍ୟ ସମସ୍ତଙ୍କୁ ଚମକାଇ ଦେଇଛି । ୧୦ ଦିନ ତଳେ ମୃତ୍ୟୁବରଣ କରିଥିବା ବେଳେ ମହିଳାଙ୍କ ଗଳିତ ଶବ ପାଖର ଶୋଇଥିଲା ନବଜାତ ଶିଶୁପୁତ୍ର ଉଦ୍ଦାର ହୋଇଛି । ଯାହା ବର୍ତ୍ତମାନ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୋସିଆଲ ମିଡିଆରେ ଏକ ଅଜବ ଘଟଣାକୁ ନେଇ ଏବେ ଆଲୋଚନା ହେବାରେ ଲାଗିଛି । ଜଣେ ମୃତ ମହିଳାଙ୍କ ଶବ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଥିବା ଜାଣିବାକୁ ମିଳିଛି । ତେବେ ଜଣେ ମହିଳା ପ୍ରାଣ ହରାଇବାର ୧୦ ଦିନ ପରେ ଏଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ଡାକ୍ତର ମଧ୍ୟ ଏ ଘଟଣାକୁ ସହଜରେ ବିଶ୍ୱାସ କରି ପାରି ନାହାନ୍ତି । ଦକ୍ଷିଣ ଆଫ୍ରିକାର ମାଥିଆସି ଗ୍ରାମରେ ଜଣେ ମହିଳା ମୃତ୍ୟୁର ୧୦ ଦିନ ପରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି । ନୋମଭେଲିସୋ ନୋମସଣ୍ଟୋ ମଡୋଇ ନାମକ ଜଣେ ୩୩ ବର୍ଷୀୟା ମହିଳା ମୃତ୍ୟୁ ସମୟରେ ୯ ମାସର ଗର୍ଭବତୀ ହୋଇଥିଲେ ।ତେଣୁ ତାଙ୍କ ମୃତ ଶରୀରକୁ ପ୍ରାୟ ଦଶ ଦିନ ହସ୍ପିଟାଲରେ ରଖାଯାଇଥିଲା, କିନ୍ତୁ ୧୦ ଦିନ ପରେ ଶେଷ କ୍ରିୟା ପାଇଁ ତାଙ୍କ କଫିନ୍ ଖୋଲାଯିବାରୁ ଏଭଳି ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି । କଫିନ୍ ଭିତରେ ମୃତ ମହିଳାଙ୍କ ନିକଟରେ ଏକ ନବଜାତ ଶିଶୁ ଶୋଇ ରହିଥିବା ଦେଖାଯାଇଛି ।

ଏ ନେଇ ମୃତ ମହିଳାଙ୍କ ମା କହିଛନ୍ତି ଯେ, ମହିଳା ଜଣକ ନିଶ୍ୱାସ ନେବାରେ ସମସ୍ୟା ଅନୁଭବ କରୁଥିଲେ । ତେଣୁ ତାଙ୍କୁ ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ସେ ମୃତ୍ୟୁବେଳକୁ ପ୍ରାୟ ୯ ମାସର ଗର୍ଭବତୀ ଥିଲେ ବୋଲି ତାଙ୍କ ମା’ କହିଛନ୍ତି । ତେବେ ମଡୋଇଙ୍କ ମୃତ୍ୟୁର ୧୦ ଦିନ ପରେ କଫିନ ଭିତରେ ନବଜାତ ଶିଶୁ ତିବା ବିଷୟରେ ଜାଣିବାକୁ ମିଳିଛି, ଯାହାକୁ ବିଶ୍ୱାସ କରି ପାରି ନଥିଲେ ମୃତକଙ୍କ ମା’ ।

ତେବେ ଶ୍ମଶାନର ଯତ୍ନ ନେଉଥିବା ଫାଣ୍ଡିଲ ମାକାଲାନା କହିଛନ୍ତି, ମୁଁ ଏଠାରେ ୨୦ ବର୍ଷରୁ କାମ କରୁଛି, କିନ୍ତୁ ପ୍ରଥମ ଥର ପାଇଁ ମୁଁ ଏଭଳି ଘଟଣା ଦେଖିଛି । ପିଲାଟିକୁ କଫିନ୍ ଭିତରେ ମୃତ ମହିଳାଙ୍କ ପାଖରେ ଦେଖି ସମସ୍ତେ ଭୟଭୀତ ହୋଇ ଯାଇଥିଲେ । ତେବେ କିଛି ସମୟ ପରେ ପିଲାଟିର ମଧ୍ୟ ମୃତ୍ୟୁ ହୋଇ ଯାଇଥିଲା । ତେଣୁ ମଡୋଇଙ୍କ ସହିତ ତାଙ୍କ ନବଜାତ ଶିଶୁ ଉଭୟଙ୍କୁ ଏକ ବଡ କଫିନରେ ସମାଧି ଦିଆଯାଇଛି ।

Get real time updates directly on you device, subscribe now.