fbpx

ମା’-ଝିଅକୁ ମିଶାଇଲା ଫେସବୁକ୍ ମେସେଜ୍, ୧୪ ବର୍ଷ ତଳେ ହୋଇଥିଲେ ଅପହରଣ…

ନୂଆଦିଲ୍ଲୀ: ସୋସିଆଲ ମିଡିଆକୁ ନେଇ ଲୋକ ମାନଙ୍କ ମନରେ ଭିନ୍ନ ଭିନ୍ନ ପ୍ରକାରର ମତ ରହିଛି । କିଏ ନିଜ ଫାଇଦା ପାଇଁ ଏହାକୁ ବ୍ୟବହାର କରୁଛି ତ କିଏ ଏହାର ଦୁରୂପଯୋଗ କରୁଥିବା ଦେଖିବାକୁ ମିଳେ । ତେଣୁ ଏହାର ସଦୂପଯୋଗ କରିବା ଉଚିତ୍ । ତେବେ ଏହି ସୋସିଆଲ କିଛି ଜଣଙ୍କ ଜୀବନ ପରିବର୍ତ୍ତନ କରିଦେଇଛି । ଆମେରିକାରେ ଏହା ସାହାଯ୍ୟରେ ୧୪ ବର୍ଷ ତଳେ ହଜିଯାଇଥିବା ଝିଅକୁ ତା ମାଆ ନିଜ କୋଳକୁ ଫେରିପାଇଛି । ଝିଅ ଯେବେ ୬ ବର୍ଷର ହୋଇଥିଲା ସେ ସମୟରେ ଝିଅ ମାଆ ଠାରୁ ଅଲଗା ହୋଇଯାଇଥିଲା । ତେବେ ଚାଲନ୍ତୁ ଜାଣିବା କଣ ରହିଛି ପୂରା ମାମଲା ।

ନ୍ୟୁୟର୍କ ପୋଷ୍ଟ ମୁତାବକ, ଫ୍ଲୋରିଡାର ଜାକଲିନ୍ ଫର୍ଣ୍ଣାଣ୍ଡିଜ୍ ୧୪ ବର୍ଷ ପରେ ଆମେରିକା-ମେକ୍ସିକୋ ବୋର୍ଡର୍ ରେ ନିଜ ମାଆ ଏଞ୍ଜେଲିକାଙ୍କ ସହିତ ଭେଟ ହୋଇଥିଲେ । ଭେଟିବାପରେ ଦୁହେଁ ଦୁହିଁଙ୍କୁ ଖୁସିରେ ଆଲିଙ୍ଗନ କରିଥିଲେ । ଜାକଲିନ୍ ଯେବେ ୬ ବର୍ଷର ଥିଲେ ସେତେବେଳେ ସେ ସମୟରେ ହଜି ଯାଇଥିଲେ । କୁହାଯାଉଛି ଯେ, ୨୦୦୭ ମସିହାରେ ଜାକଲିନ୍ ଙ୍କ ଅପହରଣ କରିନିଆଯାଇଥିଲା । ଆଉ ଏହି ଅପହରଣ ତାର ବାପା ହିଁ କରିଥିଲେ ।

୨୦୦୭ରେ ସେ ହଜିଯାଇଥିବା ବେଳେ ମାଆ ଏଞ୍ଜେଲିକା କହିଛନ୍ତି ଯେ, ଫେସବୁକ୍ ରେ ଜଣେ ଯୁବତୀ ନିଜକୁ ତାଙ୍କର ହଜିଯାଇଥିବା ଝିଅ ବୋଲି କହିଥିଲେ । ଏହାକୁ ନେଇ ସେ ଏଞ୍ଜେଲିକା ୨୦୨୧ ସେପ୍ଟେମ୍ବର ୨ ତାରିଖରେ ପୋଲିସ୍ ସହିତ ସମ୍ପର୍କ କରିଥିଲେ ଓ ପୂରା ଘଟଣା କହିଥିଲେ । ଆଉ ପୋଲିସ୍ , ଏଞ୍ଜେଲିକାଙ୍କୁ ତାଙ୍କ ଝିଅ ସହିତ ଭେଟ କରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ । ଫେସବୁକ୍ ରେ ସମ୍ପର୍କ କରିବା ପରେ ଦୁହେଁ ଟେକ୍ସାସ୍ ର ଲୋରେଡୋରେ ଭେଟିବା ପାଇଁ କଥା ହେଲେ । ଏହାପରେ ସେପ୍ଟେମ୍ବର ୧୦ ତାରିଖରେ ଅଧିକାରୀ ମାନେ ଉକ୍ତ ଯୁବତୀଙ୍କ ପରିଚୟ ଯାଞ୍ଚ କରି ଏଞ୍ଜେଲିକାଙ୍କ ସହିତ ମିଶାଇଥିଲେ । ତେବେ ଜାକଲିନ୍ ଙ୍କୁ ଅପହରଣ କରିଥିବା ତାର ବାପାଙ୍କ ସନ୍ଧାନ କରୁଛି ପୋଲିସ୍ ।

Get real time updates directly on you device, subscribe now.