fbpx

(Video) ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ; ସାପ କାମୁଡାରେ ହୋଇଥିଲା ମୃତ୍ୟୁ…

ଓଡ଼ିଶା ଭାସ୍କର: ୧୫ ବର୍ଷ ପରେ ଘରକୁ ଫେରିଲା ମୃତ ପୁଅ, ସାପ କାମୁଡାରେ ପୁଅର ହୋଇଥିଲା ମୃତ୍ୟୁ ଶବକୁ କଦଳୀ ପତ୍ରରେ ବାନ୍ଧି ଭରା ନଈରେ ଭସାଇ ଦେଇଥିଲେ ଘର ଲୋକ । ୧୫ ବର୍ଷ ତଳର କଥା ଯେତେବେଳେ ଅଗେଶର ବୟସ ମାତ୍ର ୧୧ ବର୍ଷ ହୋଇଥିଲା ସେତେବେଳେ ସାପ କାମୁଡ଼ାର ଶୀକାର ହୋଇଥିଲେ । ପରିବାର ସଙ୍ଗେ ସଙ୍ଗେ ଛଡା ଫୁକା କରିବା ପାଇଁ ଗୁଣିଆ ପାଖକୁ ନେଇଥିଲେ ଝଡ଼ା-ଫୁଙ୍କା କରିବାରୁ ଅଧିକ ଖରାପ ହୋଇଯାଇଥିଲା ତା ପାଟିରୁ ଫେଣ ବାହାରିବା ସହିତ ସେ ସେିଠି ହିଁ ଆଖି ବୁଜି ଦେଇଥିଲା ।

ଏହାପରେ ପରିବାର ଲୋକେ ମୃତ ପୁଅକୁ କଦଳୀ ପତ୍ରରେ ଗୁଡାଇ ଭରା ନଈରେ ଭସାଇ ଦେଇଥିଲେ । ଦେଖୁ ଦେଖୁ ଏ ଘଟଣାକୁ ୧୪ ବର୍ଷ ବିତିଗଲା । ଧିରେ ଧିରେ ସମସ୍ତେ ଅଙ୍ଗେଶକୁ ଭୁଲିବାକୁ ଲାଗିଲେ । ଠିକ ଏତିିକବେଳେ ଘଟଇଲା ଏକ ଚମତ୍କାରି ଘଟଣା । । ନିକଟରେ ଥିବା ଥାନାରୁ ଏକ ଫଟୋ ଘରକୁ ପଠାଗଲା । ପୋଲିସ କହିଲେ କି ଜଣେ ପିଲା ଦାବି କରୁଛି ଯେ ତାର ନାଁ ଅଙ୍ଗେଶ ଆଉ ତା ବାପା ମା’ ଏହି ଗାଁରେ ରୁହନ୍ତି । ଯେତବେଳେ ରାମସୁମରି ଏବଂ ସ୍ତ୍ରୀ ସେହି ଫଟୋକୁ ଧେଖବଲେ ତାଙ୍କ ପାଦ ତଳୁ ଯେମିତି ମାଟି ଖସିଗଲା ।

ଏ ଖବର ଶୁଣି ବାପା ଥାନାରେ ଆସି ପହଂଚି ଦେଖିଲା ବେଳକୁ ଜଣେ ଯୁବକ ନାଲି ରଙ୍ଗର ଡ୍ରେସ ପିନ୍ଧି ବସିଛି ପିଲାଟିର ମୁହଁ ଯଦିଓ ତାଙ୍କ ପୁଅର ପିଲାବେଳ ସହ ମିଶୁ ନଥାଏ  ତଥାପି ବାପା ମାଆ ପୁଅକୁ ନେଇ ଘରକୁ ଫେରିଥିଲେ । ଏ ଖବର ପାଇବା ପରେ ପୁରା ଗାଁ ଖୁସିରେ ନାଜି ଉଠିଥିଲା । କିନ୍ତୁ ଘର ଳୋକଙ୍କ ମନରେ ଏଇ ଗୋଟିଏ ହିଁ ପ୍ରଶ୍ନ ଉଠୁଥିଲା କି ତାଙ୍କର ମୃତ ପୁଅ ଜୀବତ ହେଲା କେମିତି । ସାପ କାମୁଡ଼ିବା ପରେ ଆଗେ ତାଙ୍କ ସହିତ କ’ଣ ଘଟିଲା ସେ ଜାଣି ନଥିଲେ ବୋଲି ଅଗେଶ ଯାଦବ କହିଛନ୍ତି।

ଯେତେବେଳେ ହଠାତ୍ ସେ ଆଖି ଖୋଲିଲେ, ସେ କିଛି ମତ୍ସ୍ୟଜୀବୀଙ୍କ ମଧ୍ୟରେ ଥିଲେ । ମତ୍ସ୍ୟଜୀବୀମାନେ ତାଙ୍କୁ କହିଥିଲେ ଯେ ସେମାନେ ତାଙ୍କ ତାଙ୍କୁ ନଦୀରୁ ପାଇଛନ୍ତି। ଯେତେବେଳେ ଜଣେ ମତ୍ସ୍ୟଜୀବୀ ଜାଲ ଫିଙ୍ଗିଥିଲେ, ସେତେବେଳେ ତାଙ୍କ ଶରୀର ଜାଲରେ ଫସି ଯାଇଥିଲା, ଏହା ପରେ ଯେତେବେଳେ ମତ୍ସ୍ୟଜୀବୀମାନେ କଦଳୀ ପତ୍ର ଖୋଲିଥିଲେ, ସେତେବେଳେ ତାଙ୍କ ମୃତଦେହ ଭିତରୁ ମିଳିଥିଲା । ମାଛ ଧରାଳି ତାଙ୍କୁ ନେଇ ତାନ୍ତ୍ରିକ ମାଧ୍ୟମରେ ବଞ୍ଚାଇ ଥିଲେ ।

Get real time updates directly on you device, subscribe now.