fbpx

୨୦୦ ମୃତ୍ୟୁ ପରେ ମୁଣ୍ଡରେ ଚେତା ପଶିଲା: ଟ୍ରେନ ଦୁର୍ଘଟଣା ରୋକିବାକୁ ରେଲୱେର ଯୋଜନା

ନୂଆଦିଲ୍ଲୀ: ବର୍ତ୍ତମାନ ଟ୍ରେନ ଦୁର୍ଘଟଣା ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଦୁର୍ଘଟଣାରେ କେବେ ମଣିଷ ତ କେବେ ବିଭିନ୍ନ ପଶୁ ପ୍ରାଣ ହରାଉଛନ୍ତି । ତେବେ ଏହି ଦୁର୍ଘଟଣାକୁ ରୋକିବା ବର୍ତ୍ତମାନ ଭାରତୀୟ ରେଲୱେ ପାଇଁ ଏକ ସମସ୍ୟା ହୋଇ ଠିଆ ହୋଇଛି । ରେଲୱେ ପକ୍ଷରୁ ବାରମ୍ବାର ଏ ନେଇ ପ୍ରୟାସ କରାଯାଉଥିଲେ ମଧ୍ୟ ବିଶେଷ ସଫଳତା ମିଳି ପାରିନାହିଁ । ତେବେ ଗତ କିଛି ବର୍ଷ ମଧ୍ୟରେ ଟ୍ରେନ ଦୁର୍ଘଟଣାରେ ହାତୀ ମୃତ୍ୟୁ ମଧ୍ୟ ଖୁବ ବୃଦ୍ଧି ପାଇଛି । ତେଣୁ ବର୍ତ୍ତମାନ ଏହାକୁ ରୋକିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିଛି ଇଣ୍ଡିଆନ୍ ରେଲୱେ ।

ରିପୋର୍ଟ ଅନୁସାରେ, ଗତ ୧୦ ବର୍ଷ ମଧ୍ୟରେ ଟେନ ଦୁର୍ଘଟଣାରେ ପ୍ରାୟ ୨୦୦ ହାତୀ ମୃତ୍ୟୁବରଣ କରିଛନ୍ତି । ତେବେ ଏହି ସମସ୍ୟାର ସମାଧାନ ନିମନ୍ତେ ଭାରତୀୟ ରେଲୱେ ପକ୍ଷରୁ ‘ଗଜରାଜ ଟେକନିକ୍’ ଆରମ୍ଭ କରାଯାଇଛି । ଦେଶର ପ୍ରତ୍ୟେକ ସ୍ଥାନରୁ ଟ୍ରେନ ଦୁର୍ଘଟଣା ଜନିତ ହାତୀ ମୃତ୍ୟୁ ଘଟଣା ଦେଖିବାକୁ ମିଳିଥାଏ । କିନ୍ତୁ ପଶ୍ଚିମବଙ୍ଗରେ ସବୁଠାରୁ ଅଧିକ ଏଭଳି ମାମଲା ରେକର୍ଡ ହେଉଛି । ଅଚାନକ ଟ୍ରାକ ଉପରକୁ ହାତୀ ପଲ ପଶି ଆସିବାରୁ ଏଭଳି ଘଟଣାମାନ ଘଟିଥାଏ । ଏଥିପାଇଁ ରେଲୱେ ପକ୍ଷରୁ ଲଗାତାର ପେଟ୍ରୋଲିଙ୍ଗ କରାଯାଉଥିଲେ ମଧ୍ୟ ଦୁର୍ଘଟଣାରେ ରୋକ ଲାଗିପାରିନି । ଗତ ୧୦ ବର୍ଷ ଭିତରେ ଆସାମରୁ ୩୦, ପଶଚିମବଙ୍ଗରୁ ୫୫, ଓଡ଼ିଶାରେ ୧୪, ଉତ୍ତରାଖଣ୍ଡରେ ୯ଟି ହାତୀ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବେଳେ ତ୍ରିପୁରାରେ ଏବଂ ଉତ୍ତରପ୍ରଦେଶରେ ଗୋଟିଏ ଲେଖାଏଁ ହାତୀ ମୃତୁବରଣ କରିଛନ୍ତି ।

ତେବେ ଏହି ସଂଖ୍ୟାରେ ଲଗାମ୍ ଲଗାଇବା ପାଇଁ ‘ଗଜରାଜ’ ଯୋଜନା ଆରମ୍ଭ କରୁଛି ଭାରତୀୟ ରେଲୱେ । ଏହାର ପାଇଲଟ ପ୍ରୋଜେକ୍ଟ ପୂର୍ବୋତ୍ତର ଅଞ୍ଚଳରେ ନର୍ଥଇଷ୍ଟ ଫଣ୍ଟିୟର ରେଲୱେ ପ୍ରାୟ ୭୦ କି.ମି ରହିଛି । ନର୍ଥଇଷ୍ଟ ଫ୍ରଣ୍ଟିୟରର ଜି.ଏମ ଅଂଶୁଳ ଗୁପ୍ତା କହିଛନ୍ତି ଯେ, ରେଲୱେ ଟ୍ରାକ ନିକଟ ଦେଇ ଅପ୍ଟିକାଲ ବିଛାଇ ସେନ୍ସର ଲଗାଯାଇଛି । ଏହା କଣ୍ଟ୍ରୋଲ ରୁମ, ରେଲୱେ ଷ୍ଟେସନ ଓ ରେଡିଓ କମ୍ୟୁନିକେସନ ମାଧ୍ୟମରେ ଇଞ୍ଜିନ ସହ ସଂଯୋଗ ହୋଇ ରହିବ । ତେବେ ହାତୀ ଯେବେ ଟ୍ରାକ ଉପରକୁ ଆସିବ, ଏହାଦ୍ୱାରା କମ୍ପନ ସୃଷ୍ଟି ହେବ ଏବଂ ଏହାର ସୂଚନା କଣ୍ଟ୍ରୋଲ ରୁମ, ଷ୍ଟେସନ ମାଷ୍ଟର ଏବଂ ଲୋକୋ ପାଇଲଟ ନିକଟରେ ପହଞ୍ଚିବା ସହ ଆଲାର୍ମ ମଧ୍ୟ ବାଜିବ । ଏହାସହିତ କେଉଁ ସ୍ଥାନରେ ଏହି କମ୍ପନ ସୃଷ୍ଟି ହୋଇଛି ଜାଣିବା ପରେ ଲୋକୋ ପାଇଲଟ ସେହି ଅନୁସାରେ, ଟ୍ରେନ ସ୍ପିଡ କମ୍ କରିବା କିମ୍ବା ରୋକିବାକୁ ନିଷ୍ପତ୍ତି ନେଇପାରିବେ ।

Get real time updates directly on you device, subscribe now.