fbpx

ଗାର୍ଲଫ୍ରେଣ୍ଡ ସାମ୍ନାରେ ଅନ୍ୟ ଝିଅକୁ ଦେଖିବା ପଡ଼ିଲା ମହଙ୍ଗା: ଯୁବକଙ୍କ ଆଖି ସହ ଏମିତି କଲେ ପ୍ରେମିକା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଘଟଣା ଖୁବ ଭାଇରାଲ ହେବାରେ ଲାଗିଛି । ଦୁଇ ପ୍ରେମୀ ଯୁଗଳଙ୍କ ମଧ୍ୟରେ ହୋଇଥିବା ଏକ ଭୟଙ୍କର ଘଟଣାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ଲାଗି ରହିଛି । ପ୍ରେମିକାଙ୍କ ରାଗ ପାଇଁ ଯୁବକଙ୍କୁ ଏକ ଭୟଙ୍କର ପରିସ୍ଥିତିର ସାମନା କରିବାକୁ ପଡ଼ିଛି । ଛୋଟ ଘଟଣାରୁ ଉଭୟଙ୍କ ମଧ୍ୟରେ କଳି ଲାଗିଥିବା ବେଳେ ଏଥିପାଇଁ ଯୁବକଙ୍କୁ ବହୁତ ବଡ଼ ଦଣ୍ଡ ମିଳିଛି । ପ୍ରେମିକଙ୍କ ଆଖିରେ ରେବିଜ୍ ର ଇଞ୍ଜେକ୍ସନ ଫୁଟାଇ ଦେଇଛନ୍ତି ଗାର୍ଲଫ୍ରେଣ୍ଡ ।

ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଆମେରିକାର ଫ୍ଲୋରିଡା ଅଞ୍ଚଳରୁ । ୨ ପ୍ରେମୀ ଯୁଗଳ ଏଠାରେ ୮ ବର୍ଷରୁ ଲିଭ-ଇନ୍ ରେ ରହୁଥିବା ବେଳେ ଗତ ଶନିବାର ଉଭୟଙ୍କ ମଧ୍ୟରେ ବଡ଼ ଧରଣର ଝଗଡ଼ା ହୋଇଥିଲା, ଯେଉଁଥିରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ମହିଳା । ରିପୋର୍ଟ ଅନୁସାରେ, ମହିଳାଜଣକ ତାଙ୍କ ପ୍ରେମିକଙ୍କ ଉପରେ ଖୁବ ଜୋରରେ ରାଗି ଯାଇଥିଲେ । କାରଣ ତାଙ୍କ ବୟଫ୍ରେଣ୍ଡ ଅନ୍ୟ ଝିଅମାନଙ୍କୁ ଦେଖୁଥିଲେ । ପୋଲିସ ସୂଚନା ମୁତାବକ, ଶନିବାର ରାତିରେ ଉଭୟ ନିଜ ଗରେ ପହଞ୍ଚିବା ପରେ ଯୁବକ ଜଣକ ସୋଫା ଉପରେ ଶୋଇଥିଲେ । ଏହି ସମୟରେ ଉଭୟଙ୍କ ମଧ୍ୟରେ ସେହି ଘଟଣାକୁ ନେଇ ଝଗଡ଼ା ବଢିଯିବାରୁ ମହିଳା ଜଣକ ଏଭଳି ପଦକ୍ଷେପ ନେଇଛନ୍ତି ।

ପ୍ରେମିକଙ୍କ ଏଭଳି କାରନାମା ଉପରେ ରାଗି ଯାଇ ରେବିଜ ଇଞ୍ଜେକ୍ସନକୁ ଯୁବକଙ୍କ ଆଖିରେ ଫୁଟାଇ ଦେଇଛନ୍ତି ମହିଳା । ଏହି ଇଞ୍ଜେକ୍ସନ ଯୁବକଙ୍କ ଡାହାଣ ଆଖିରେ ବାଜିଛି । ତେବେ ଏହି ଘଟଣା ପରେ ଯୁବକଜଣକ ଯନ୍ତ୍ରଣାରେ ଛଟପଟ ହୋଇ ପୋଲିସକୁ ସୂଚନା ଦେଇଥିଲେ । ତେବେତାଙ୍କ ଅବସ୍ଥା ଗୁରୁତର ଥିବା ବେଳେ ନିକଟସ୍ଥ ହସ୍ପିଟାଲରୁ ତାଙ୍କୁ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସେପଟେ ଏଭଳି ଅମାନୁଷିକ କାର୍ଯ୍ୟ ପାଇଁ ଯୁବତୀଙ୍କୁ ଗିରଫ କରିଛି ସ୍ଥାନୀୟ ପୋଲିସ ।

Get real time updates directly on you device, subscribe now.