fbpx
BJD
BJD SKY
BJD SKY

୨୦୫୦ ପରେ ତୀବ୍ର ଭାବରେ ହ୍ରାସ ପାଇବ ମଣିଷଙ୍କ ସଂଖ୍ୟା, ଏହା ହେଉଛି କାରଣ: ଷ୍ଟଡୀରେ ଆଶ୍ଚର୍ଯ୍ୟକର ଖୁଲାସା

ବଢ଼ୁଥିୀବା ଜନସଂଖ୍ୟାର କିଛି ସୁବିଧା ଥିବା ସହ ସମସ୍ୟା ମଧ୍ୟ ରହିଛି । ବଢ଼ୁଥିବା ଜନସଂଖ୍ୟା ଦ୍ୱାରା ଅର୍ଥନୈତିକ ଅବସ୍ଥା ବଜାୟ ରହିଥିବା ବେଳେ ସ୍ୱଳ୍ପ ଜନସଂଖ୍ୟାଙ୍କୁ କମ୍ ଶକ୍ତି ଆବଶ୍ୟକ ହୋଇଥାଏ । ୧୫ ନଭେମ୍ବର ୨୦୨୨ ରେ ପୃଥିବୀରେ ମଣିଷଙ୍କ ଜନସଂଖ୍ୟା ୮୦୦ କୋଟି ହୋଇଛି । ଯେତେବେଳେ ପୃଥିବୀରେ ୧୦୦ କୋଟି ଲୋକ ଥିଲେ, ସେତେବେଳେ ୨୦୦ କୋଟିରେ ପହଞ୍ଚିବାକୁ ୧୨୫ ବର୍ଷ ସମୟ ଲାଗିଲା । କିନ୍ତୁ କେବଳ ୧୨ ବର୍ଷ ମଧ୍ୟରେ ଆମେ ୭୦୦ କୋଟିରୁ ୮୦୦ କୋଟି ହୋଇଗଲୁ । ବର୍ତ୍ତମାନ ମଣିଷ ପାଇଁ ୮୦୦ କୋଟିରୁ ୯୦୦ କୋଟି ପର୍ଯ୍ୟନ୍ତ ବୃଦ୍ଧି ପାଇଁ ୨୭ ବର୍ଷ ଲାଗିବ, ଅର୍ଥାତ୍ ୨୦୫୦ ସୁଦ୍ଧା ୯୦୦ କୋଟି ହେବ । ଆସନ୍ତୁ ଏହା ପଛର କାରଣ ଜାଣିବା …

ପରିବେଶ ପାଇଁ କ୍ଷତି :-
ରିପୋର୍ଟରେ କୁହାଯାଇଛି ଯେ, ୨୦୩୭ ସୁଦ୍ଧା ମାନବ ଜନସଂଖ୍ୟା ୯୦୦ କୋଟି ଅତିକ୍ରମ କରିବ ଏବଂ ୨୦୫୮ ସୁଦ୍ଧା ଏହା ୧୦୦୦ କୋଟି ଅତିକ୍ରମ କରିବ । କିନ୍ତୁ ଏପରି ଘଟିବ ବୋଲି ମନେହେଉନାହିଁ । ଯେଉଁ ଅଧ୍ୟୟନରେ ଏହି କଥା କୁହାଯାଇଛି, ତାହା ଅତି ପୁଙ୍ଖାନୁପୁଙ୍ଖ ଭାବରେ କରାଯାଇଛି । ଅଧ୍ୟୟନରେ କୁହାଯାଇଛି ଯେ, ଦୁନିଆର ୧୦% ଧନୀ ଲୋକ ଅଧିକ ଖାଉଛନ୍ତି । ଯେଉଁ କାରଣରୁ ପରିବେଶ କ୍ଷତିଗ୍ରସ୍ତ ହେଉଛି ଏବଂ ଫଳସ୍ୱରୂପ ସାଧାରଣ ଲୋକଙ୍କୁ ଅଧିକ ପରିଣାମ ଭୋଗିବାକୁ ପଡୁଛି ।

ଅନେକ ଦେଶର ଜନସଂଖ୍ୟା ପୂର୍ବ ଅପେକ୍ଷା ଅଧିକ :-
ଯେଉଁଠାରେ ଜନସଂଖ୍ୟା ଦ୍ରୁତ ଗତିରେ ବଢ଼ୁଛି, ସେଠାରେ ମୁଣ୍ଡପିଛା ପରିବେଶ ଫୁଟପ୍ରିଣ୍ଟସ୍ ବହୁତ କମ୍ । ଏହି ନୂଆ ଅଧ୍ୟୟନରେ, ଏହିପରି ଦଶଟି ଦେଶ ବିଷୟରେ କୁହାଯାଇଛି, ଯେଉଁଠାରେ ଜନସଂଖ୍ୟା ବହୁ ପୂର୍ବରୁ ଏହାର ସର୍ବୋଚ୍ଚ ସ୍ତରରୁ ଆଗକୁ ବଢ଼ୁଛି । ବର୍ତ୍ତମାନ ଆଙ୍ଗୋଲା, କଙ୍ଗୋ, ନାଇଜେରିଆ ଏବଂ ନାଇଗର ପରି ଆଫ୍ରିକୀୟ ଦେଶମାନଙ୍କରେ ଜନସଂଖ୍ୟା ବୃଦ୍ଧିରେ ହାର ସର୍ବାଧିକ ରହିଛି । ଏଥି ସହିତ ଏସୀୟ ଦେଶ ମଧ୍ୟରେ ଆଫଗାନିସ୍ତାନର ସର୍ବାଧିକ ସଂଖ୍ୟା ରହିଛି ।

୨୧୦୦ ସୁଦ୍ଧା ଜନସଂଖ୍ୟା ୬୦୦ ରୁ ୭୬୦ କୋଟି ହେବ
ଏହାର କାରଣରୁ ବିଶ୍ୱବ୍ୟାପୀ ଅସନ୍ତୁଳନ ହେବ । ଇକୋଲୋଜିକାଲ୍ ଫୁଟପ୍ରିଣ୍ଟ, ବନ୍ୟଜନ୍ତୁ ବିଲୁପ୍ତ ହେବା ଓ ଆର୍ଥିକ ଅବସ୍ଥା ଏବଂ ଜନସଂଖ୍ୟା ଉପରେ ଅଧିକ ପ୍ରଭାବ ପକାଇବ । ସର୍ବୋତ୍ତମ ଅବସ୍ଥା ଜଏଣ୍ଟ୍ ଲିପ୍ ବୋଲି ବିବେଚନା କରାଯାଏ । ଅର୍ଥାତ୍ ୨୦୪୦ ସୁଦ୍ଧା ଜନସଂଖ୍ୟା ୮୫୦ କୋଟି ହେବ । କିନ୍ତୁ ୨୧୦୦ ସୁଦ୍ଧା ଏହା ଛଅ ଶହ କୋଟିକୁ ହ୍ରାସ ପାଇବ । ସରଳ ଭାବରେ କହିବାକୁ ଗଲେ ଅର୍ଥନୈତିକ ଅସନ୍ତୁଳନ ଏବଂ ଜଳବାୟୁ ପରିବର୍ତ୍ତନ ହେଉଛି କାରଣ ଯାହାକି ଜନସଂଖ୍ୟା ଉପରେ ସିଧାସଳଖ ପ୍ରଭାବ ପକାଇବ ।

Get real time updates directly on you device, subscribe now.