ଓଡିଶାରେ ଅନ୍ଧବିଶ୍ୱାସର ଛାୟା: କୁକୁର ସହ ଦୁଇ ପିଲାଙ୍କର ବିବାହ, ସାରା ଗାଁରେ ଭୋଜି

ନୂଆଦିଲ୍ଲୀ: ଦୁନିଆରେ ଭିନ୍ନ ଭିନ୍ନ ସ୍ଥାନରେ ବିବହାକୁ ନେଇ ଅନେକ ପ୍ରକାର ପରମ୍ପରା ରହିଛି । ଏହାବ୍ୟତୀତ ବିବାହର ସଂଜ୍ଞା ମଧ୍ୟ ଏବେ ସମ୍ପୂର୍ଣ୍ଣ ବଦଳିଗଲାଣି । କେବେ କିଏ ସମଲିଙ୍ଗୀ ବିବାହ କରୁଛନ୍ତି ତ କିଏ ନିଜେ ନିଜକୁ ବିବାହ କରି ନେଉଛନ୍ତି । ଏଭଳି ଆଉ ଏକ ଘଟଣା ଏବେ ସାମନାକୁ ଆସୁଛି । ଦୁଇ ଜଣ ଚୋଟ ପିଲାଙ୍କୁ ଦୁଇଟି କୁକୁର ସହ ବାହାଘର କରିଦେଇଥିବା ଘଟଣା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ମଣିଷ ଏବଂ କୁକୁରର ବାହାଘର କଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏକଦମ୍ ସତ । ଅନ୍ଧବିଶ୍ୱାସର ଶିକାର ହୋଇ ଏଭଳି କାରନାମା କରିଛନ୍ତି ଗ୍ରାମବାସୀ ।

ଘଟଣାଟି ହେଉଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳର । ଏଖ ଆଦିବାସୀ ଗାଁରେ ଦୁଷ୍ଟ ଆତ୍ମାର ପ୍ରକୋପରୁ ପିଲାଙ୍କୁ ବଞ୍ଚାଇବାର ଅନ୍ଧବିଶ୍ୱାସରେ ସେମାନଙ୍କ ଜୀବନକୁ ନେଇ ଖେଳୁଛନ୍ତି ଗ୍ରାମବାସୀ । ଏହି ଗ୍ରାମର ମଚୁଆ ସିଂହଙ୍କ ପୁଅ ତପନ ସିଂହଙ୍କୁ ଏକ ମାଈ କୁକୁର ସହ ବିବହା କରାଇବାକୁ ବାଧ୍ୟ ହୋଇଥିବା ବେଳେ ମାନସ ସିଂହ ତାଙ୍କ ଝିଅ ଲକ୍ଷ୍ମୀକୁ ଗୋଟିଏ ଅଣ୍ଡିରା କୁକୁର ସହ ବିବାହ କରାଇଛନ୍ତି । ପିଲାଙ୍କ ପ୍ରଥମ ଦାନ୍ତ ଉଠିବା ସମୟରୁ ଏ ଦୁହେଁ ନିଜ ପିଲାଙ୍କ ବିବାହ ପାଇଁ କୁକୁରର ସନ୍ଧାନ ଆରମ୍ଭ କରିଥିଲେ । ପରମ୍ପରା ମୁତାବକ, ସକାଳ ୭ଟାରେ ଏଭଳି ଦୁଇ ଅଜବ ପ୍ରକାରର ବିବାହ ଆୟୋଜିତ ହୋଇଥିଲା । କେକବଳ ସେତିକି ନୁହେଁ, ମଧ୍ୟାହ୍ନ ଗୋଟାଏ ପର୍ଯ୍ୟନ୍ତ ସାମୂହିକ ବିବାହ ଭୋଜି ମଧ୍ୟ ପରସା ଯାଇଥିଲା ।

ଏହି ଆଦିବାସୀମାନଙ୍କର ବିଶ୍ୱାସ ରହିଛି ଯେ, ସେମାନଙ୍କ ପିଲାଙ୍କ ଜୀବନ ଉପରେ ଖରାପ ପ୍ରଭାବ ପଡିପାରେ । ତେଣୁ ଖରାପ ଆତ୍ମାର ପ୍ରଭାବରୁ ପିଲାମାନଙ୍କ ରକ୍ଷା କରିବା ପାଇଁ କୁକୁର ସହ ବିବାହ କରାଯାଇଥାଏ । ଏହାଦ୍ୱାରା ଖରାପ ଆତ୍ମାର ଛାୟା ପିଲା ଦେହରୁ ବାହାରି କୁକୁର ଶରୀରକୁ ଚାଲିଯାଇଥାଏ ବୋଲି ବିଶ୍ୱାସ କରନ୍ତି ଏଠାକାର ବାସିନ୍ଦା । ଏହି ଘଟଣାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ପରିବାରର ଅତିଥି ବିବାହକୁ ନେଇ ଖୁବ ଖୁସିରେ ଉପଭୋଗ କରୁଥିବା ଦେଖାଦେଇଛି । ବର ସାଜିଥିବା କୁକୁର ପରମ୍ପରା ଅନୁସାରେ ରୋଷଣୀ କରି ଇଲେକ୍ଟ୍ରିକ କାରରେ ଆସିଥିବା ବେଳେ କନ୍ୟାର ରୂପରେ ଥିବା କୁକର ପାଲିଙ୍କିରେ ବିଦାୟ ନେଇଥିଲା ।