fbpx

ଦୀର୍ଘ ୪୩ ବର୍ଷ ପରେ ଧରାପଡ଼ିଲେ ବାପ-ପୁଅ: ଛେଳି ଚୋରି ମାମଲାରେ ଗିରଫ କଲା ପୋଲିସ

ନୂଆଦିଲ୍ଲୀ: ଆମ ସମାଜରେ ଅନେକ ସମୟରେ ଭିନ୍ନ ଭିନ୍ନ ଅଜବ ପ୍ରକାର ଘଟଣା ଘଟିଥାଏ । ତେବେ ଏପରି ଏକ ଘଟଣା ତ୍ରିପୁରାରେ ଦେଖିବାକୁ ମିଳିଥିଲା । ତ୍ରିପୁରାରେ ୪୩ ବର୍ଷ ତଳର ଏକ ପୁରୁଣା ଛେଳି ଚୋରି ମାମଲାରେ ଜଣେ ୫୮ ବର୍ଷୀୟ ବୃଦ୍ଧଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ପୋଲିସ ଉଭୟ ବାପ-ପୁଅଙ୍କ ନାମରେ ଆରେଷ୍ଟ ୱାରେଣ୍ଟ ଜାରି କରିଥିବା ବେଳେ ଏ ବିଷୟରେ ସୁବିସ୍ତୃତ ତଥ୍ୟ ପ୍ରଦାନ କରିଛି । ଏକ ଚା’ ଦୋକାନରେ କାମ କରୁଥିବା ବଚୁ କୌଲଙ୍କୁ ପୋଲିସ ଗିରଫ କରିଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ୧୯୭୮ ମସିହାରେ ତ୍ରିପୁରାର ପଶ୍ଚିମାଞ୍ଚଳର ରାନିର ବଜାରରୁ ବଚୁ ନିଜ ପିତାଙ୍କ ସହ ମିଶି ଏକ ଛେଳି ଚୋରି କରିଥିଲେ । ସେହିଦିନ ଠାରୁ ଉଭୟ ଫେରାର ରହିବା ସହ ଶୁଣାଣି ପାଇଁ କୋର୍ଟରେ ହାଜର ହେଉ ନଥିଲେ । ୨୦ ବର୍ଷ ପୂର୍ବେ ବଚୁଙ୍କର ପିତାଙ୍କର ଦେହାନ୍ତ ହୋଇଯାଇଥିଲା । ତେବେ ଏବେ ବଚୁ ନିଜର ଦୋଷ ସ୍ୱୀକାର କରିବା ସହ ଦୀର୍ଘଦିନ ପରେ ପୁଣି ଥରେ ଆରେଷ୍ଟ ହେବେ ବୋଲି ଭାବି ନଥିବା କହିଥିଲେ । ସେ ସମୟରେ ଚୋରି ହୋଇଥିବା ଛେଳିର ମୂଲ୍ୟ ସେତେବେଳେ ଥିଲା ମାତ୍ର ୪୫ ଟଙ୍କା । ବର୍ତ୍ତମାନ ସେହି ମୂଲ୍ୟ ପାଖାପାଖି ୩ ହଜାର ଟଙ୍କା ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ଘଟଣାକୁ ସୋସିଆଲ ମିଡ଼ିଆରେ ମୂଲ୍ୟହୀନ କାର୍ଯ୍ୟାନୁଷ୍ଠାନ ବୋଲି ଅନେକ ୟୁଜର୍ସ କହିଛନ୍ତି ।

Get real time updates directly on you device, subscribe now.