fbpx
BSKY
BJD MC SKY
BJD YOUTH SKY

୪ମାସ ପରେ ଆଜିଠୁ ଭାରତ ଓ ଆମେରିକା ମଧ୍ୟରେ ଉଡ଼ିବ ବିମାନ

ନୂଆଦିଲ୍ଲୀ, ୧୭ା୭: କରୋନା ମହାମାରୀ ନେଇ ବିମାନ, ଟ୍ରେନ ଓ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ କିଛିଟା କଟକଣା ଭିତରେ ଏବେ ଆସ୍ତେ ଆସ୍ତେ ସବୁ ସ୍ୱାଭାବିକ କରାଯାଉଛି । ଏହାରି ମଧ୍ୟରେ ୪ମାସ ପରେ ଆଜିଠାରୁ ଭାରତ ଓ ଆମେରିକା ମଧ୍ୟରେ ପୁଣି ବିମାନ ଚଳାଚଳ ହେବ । ବିମାନ ଚଳାଚଳ ସଂସ୍ଥା ଏୟାର ବବଲସ ମାଧ୍ୟମରେ ବିମାନ ଉଡ଼ାଣ ହେବ । ରାଜିନାମା ଅନୁସାରେ ଆଜିଠାରୁ ଆମେରିକାରୁ ଭାରତକୁ ୧୮ଟି ବିମାନ ଉଡ଼ିବ । ବ୍ରିଟେନ ଓ ଜର୍ମାନୀ ସହ ମଧ୍ୟ ଭାରତର ରାଜିନାମା ହୋଇଥିବା ନେଇ ସୂଚନା ମିଳିଛି । ଏନେଇ ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

Get real time updates directly on you device, subscribe now.