fbpx

Video:୭୫ ବର୍ଷ ପରେ ଗାଁକୁ ବିଦ୍ୟୁତ ଆସିବାରୁ ଖୁସିରେ ନାଚିବାକୁ ଲାଗିଲେ ଗାଁ ଲୋକେ; ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ: ଜୀବନରେ ଯଦି ଆମେ କିଛି ଜିନିଷ ନୂଆ ଦେଖିଥାଉ ତେବେ ଆମ ମନରେ କିପରି ଖୁସି ଆସିଥାଏ ଆପଣ ତାହା ତ ନିଶ୍ଚିତ ଭାବେ ଜାଣିଥିବେ । ଗାଁରେ ରହୁଥିବା ଲୋକଙ୍କ ପାଇଁ ବଡ ଅଟ୍ଟାଳିକା ସ୍ୱପ୍ନ ହୋଇଥାଏ । କିନ୍ତୁ ଏପରି କିଛି ଗାଁ ରହିଛି ଯେଉଁ ଗାଁରେ ବର୍ତ୍ତମାନ ପର୍ଯ୍ୟନ୍ତ ବିଦ୍ୟୁତ ଆସିନାହିଁ । ତେବେ କାଶ୍ମୀରରୁ ଏଭଳି କିଛି ଆଶ୍ଚର୍ଯ୍ୟ କଲାଭଳି ଖବର ସାମ୍ନାକୁ ଆସିଛି । କାଶ୍ମୀରର ଏକ ଗାଁରେ ଦୀର୍ଘ ୭୫ ବର୍ଷ ପରେ ବିଦ୍ୟୁତ ଆସିଛି । ଏହା ପରେ ଏହି ଗାଁର ଲୋକମାନେ ଖୁସିରେ ନାଚିବା ଆରମ୍ଭ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ସୁଟୁର ଟେଥାନ୍ ଟପ୍ ଗୁର୍ଜର ବସ୍ତିର ଲୋକମାନେ ୭୫ ବର୍ଷ ପରେ ବିଦ୍ୟୁତ୍ ଦେଖିବାକୁ ପାଇଥିଲେ । ଦୀର୍ଘ ସମୟର ଅପେକ୍ଷା ଏବଂ ସଂଘର୍ଷ ପରେ, ଏଠାକାର ଲୋକମାନେ ନିଜ ଘରେ ଲାଇଟ ଜଳୁଥିବାର ଦେଖିଥିଲେ । ତାଙ୍କ ଡ୍ୟାନ୍ସର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଦକ୍ଷିଣ କାଶ୍ମୀରର ଅନନ୍ତନାଗରେ ବିଦ୍ୟୁତ ଅଭାବର ଅନେକ କାରଣ ଥିଲା, କିନ୍ତୁ ସରକାରଙ୍କ ପଦକ୍ଷେପ ଯୋଗୁଁ ଏଠାକାର ଲୋକମାନେ ୭୫ ବର୍ଷ ପରେ ବିଦ୍ୟୁତ ପାଇଛନ୍ତି । ଲୋକମାନେ କିପରି ଖୁସିରେ ନାଚୁଛନ୍ତି ତାହା ଭିଡିଓରେ ଦେଖିବାକୁ ମିଳିଛି । ଏହି ଭିଡିଓରେ ଗ୍ରାମବାସୀ ବହୁତ ଖୁସି ଥିବା ଦେଖିବାକୁ ମିଳିଛି । ଏନେଇ ଗ୍ରାମବାସୀ ସରକାରଙ୍କୁ ଧନ୍ୟବାଦ ଦେଇଛନ୍ତି ।

ଏହାପୂର୍ବରୁ ଏଠାରେ ଥିବା ବାସିନ୍ଦାମାନେ କାଠ, ମହମବତୀ ଏବଂ ଲ୍ୟାମ୍ପ ଉପରେ ନିର୍ଭର କରୁଥିଲେ । କିନ୍ତୁ ୭୫ ବର୍ଷ ପରେ ସେମାନେ ନିଜ ଘରେ ଲାଇଟ ଜଳୁଥିବା ଦେଖିବାକୁ ପାଇଛନ୍ତି । ଗ୍ରାମବାସୀ ସରକାରଙ୍କୁ ଧନ୍ୟବାଦ ଦେଉଛନ୍ତି । ଏଥିସହିତ ବିଦ୍ୟୁତ୍ ଆସିବା ସହିତ ପିଲାମାନଙ୍କର ଭବିଷ୍ୟତରେ ଉନ୍ନତି ହେବ ବୋଲି ସେମାନେ ପ୍ରକାଶ କରିଛନ୍ତି । ବର୍ତ୍ତମାନ ପିଲାମାନେ ଯେକୌଣସି ସମୟରେ ସହଜରେ ପଢି ପାରିବେ ।

Get real time updates directly on you device, subscribe now.