ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ମକଡ୍ରିଲ, DGCA ର ନିର୍ଦ୍ଦେଶ

ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA ।

ଭୁବନେଶ୍ବର: ସବୁ ବିମାନ ବନ୍ଦରରେ ହେବ ମକଡ୍ରିଲ । ଫୁଲ ସ୍କେଲ ରିହାର୍ସଲ ବା ମକ୍ ଡ୍ରିଲ କରାଯିବ । ଏଥିପାଇଁ ନିର୍ଦ୍ଦେଶ ଦେଇଛି DGCA । ଜୁନ 30ରେ ଭୁବନେଶ୍ବର ବିମାନ ବନ୍ଦରରେ ହେବ ରିହର୍ସଲ । ସିଭିଲ ଏଭିଏସନର କର୍ମଚାରୀ ହେବେ ସାମିଲ । ପୋଲିସ, ମେଡ଼ିକାଲ ଓ ଅଗ୍ନିଷମ କର୍ମଚାରୀ ମଧ୍ୟ ସାମିଲ ହେବେ ।

ହମ୍ମଦାବାଦରେ ଏୟାର ଇଣ୍ଡିଆ ବୋଇଂ 787-8 ଡ୍ରିମଲାଇନର ଦୁର୍ଘଟଣାରେ 269 ଜଣଙ୍କ ଜୀବନ ଯିବା ପରେ, ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର (BPIA) କର୍ତ୍ତୃପକ୍ଷ ଜୁନ୍ 30 ରେ ଏକ ବିମାନ ଜରୁରୀକାଳୀନ ପରିଚାଳନା ମକ୍ ଡ୍ରିଲ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ବିଭିନ୍ନ ବିଭାଗର ମୁଖ୍ୟମାନଙ୍କୁ ନେଇ ଗଠିତ BPIA ର ସୁରକ୍ଷା ସମୀକ୍ଷା କମିଟି ଦ୍ୱାରା ଶୁକ୍ରବାର ବିମାନବନ୍ଦରର କାର୍ଯ୍ୟକ୍ଷମ ସୁବିଧା ଏବଂ ଯେକୌଣସି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତି ଯାଞ୍ଚ କରାଯାଇଥିଲା।