fbpx

କାହିଁକି ସୁଇସାଇଡ ଭଳି ବିପଜ୍ଜନକ ପଦକ୍ଷେପ ଆପଣାଉଛି ମଣିଷ ? କାରଣ ଜାଣି ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ: ଡିପ୍ରେସନ୍, ଅସହାୟତା ଏବଂ ଜୀବନରେ କିଛି କରିନପାରିବାରୁ ହତାଶ ହୋଇ ବା ଚିକିତ୍ସା ଯୋଗୁଁ ସାରା ବିଶ୍ୱରେ ପ୍ରତିବର୍ଷ ପ୍ରାୟ ୭ ଲକ୍ଷ ଲୋକ ଆତ୍ମହତ୍ୟା କରୁଛନ୍ତି । କେବଳ ଏତିକି ନୁହେଁ, ପ୍ରତିବର୍ଷ ଅନେକ ଲୋକ ଆତ୍ମହତ୍ୟା କରିବାକୁ ଚେଷ୍ଟା କରନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ବୟସ ହିସାବରେ ୧୫ ରୁ ୧୯ ବର୍ଷ ଯୁବପୀଢ଼ୀଙ୍କ ମଧ୍ୟରେ ମୃତ୍ୟୁର ସବୁଠାରୁ ବଡ଼ କାରଣ ହେଉଛି ଆତ୍ମହତ୍ୟା । ସ୍ୱାସ୍ଥ୍ୟ ଲାଇନ୍ ଅନୁଯାୟୀ, ଆତ୍ମହତ୍ୟା ଏକ ଗୁରୁତର ମାନସିକ ସମସ୍ୟା । ଆପଣ ନିଜେ ଏଭଳି ପରିସ୍ଥିତି ଦେଇ ଗତି କଲେ ହିଁ ଏହାକୁ ବୁଝି ପାରିବେ । କାହିଁକି ନା ଏହା ବୁଝିବା କଷ୍ଟକର କି, ଜଣେ ବ୍ୟକ୍ତି କାହିଁକି ନିଜ ଜୀବନ ଦେବାକୁ ବିଚାର କରିଥାଏ ।

ଆତ୍ମହତ୍ୟାର ମୁଖ୍ୟ ମାନସିକ କାରଣ

ଡିପ୍ରେସନ:-
ଡିପ୍ରେସନକୁ ମୁଡ ଡିସଅର୍ଡର ବର୍ଗରେ ରଖାଯାଇଥାଏ । ଏହା ବିଷୟରେ କୁହାଯାଇ ପାରିବ କି, ଏହା ଏକ ଦୁଃଖ, କୌଣସି ଜିନିଷକୁ ହରାଇବା ବା କିଛି ଜିନିଷ ପ୍ରତି ଅସନ୍ତୋଷ, ଯାହା ସେହି ବ୍ୟକ୍ତିର ଦୈନନ୍ଦିନ କାର୍ଯ୍ୟକଳାପରେ ବାଧା ସୃଷ୍ଟି କରିଥାଏ ଓ ପ୍ରତିଟି ସମୟ ଅଣନିଶ୍ୱାସୀ ପରି ଅନୁଭବ ହୋଇଥାଏ ।

ସାଇକୋସିସ୍ :-
ଏହା ଏକ ଗମ୍ଭୀର ମାନସିକ ରୋଗ, ଯେଉଁଥିରେ ଜଣେ ବ୍ୟକ୍ତି ସେହି ଜିନିଷକୁ ଶୁଣିବା କିମ୍ବା ଦେଖିବା ଆରମ୍ଭ କରିଥାଏ, ଯାହା ବାସ୍ତବ ଜୀବନରେ ନଥାଏ । ଉଦାହରଣ ସ୍ୱରୂପ, ତାଙ୍କୁ ଅନୁଭବ ହୁଏ କି ତାଙ୍କ ମା’ ଚିକ୍ରାର କରି ଡାକୁଛନ୍ତି ବା କାନ୍ଦୁଛନ୍ତି । କିନ୍ତୁ ବାସ୍ତବ ଦୁନିଆରେ ତାଙ୍କ ମା’ ହିଁ ନାହାନ୍ତି ।

ସବଷ୍ଟେସ୍ ୟୁଜ୍ ଡିସଅର୍ଡର:-
ସବଷ୍ଟେସ ୟୁଜ୍ ଡିସଅର୍ଡର ଏକ ମେଣ୍ଟାଲ ଡିସଅର୍ଡର, ଯାହା ଡ୍ରଗ୍ସ ବା ନିଶା ଅଭ୍ୟାସ ଦ୍ୱାରା ହୋଇଥାଏ । ଏହା ଏନ୍ଜାଇଟି, ଫ୍ୟାମିଲୀ ହିଷ୍ଟ୍ରି, ଡିପ୍ରେସନ ବା ଅନ୍ୟ କୌଣସି ପ୍ରକାରର ମେଣ୍ଟାଲ ହିଷ୍ଟ୍ରି କାରଣରୁ ହୋଇପାରେ ।

ବାଇପୋଲାର ଡିସଅର୍ଡର:-
ବାଇପୋଲାର ଡିସଅର୍ଡର ଏପରି ଏକ ମେଣ୍ଟାଲ କଣ୍ଡିସନ, ଯାହା ଲୋ କିମ୍ବା ହାଇ ମୁଡ୍ ଯୋଗୁଁ ହୋଇଥାଏ । ଏହା ମାନିଆ, ହାଇପୋମାନିଆ କିମ୍ବା ଡିପ୍ରେସନ୍ କାରଣରୁ ମଧ୍ୟ ହୋଇପାରେ । ଏହାର ଲକ୍ଷଣ ୧୮ ରୁ ୨୯ ବର୍ଷ ବୟସରେ ଦେଖାଯିବା ଆରମ୍ଭ କରେ ।

ପୋଷ୍ଟ ଟ୍ରାଉମୋଟିକ ଷ୍ଟ୍ରେସ୍ ଡିସଅର୍ଡର:-
ଏହା ଏପରି ଏକ ମେଣ୍ଟାଲ ଡିସଅର୍ଡର, ଯାହା କୌଣସି ଦୁର୍ଘଟଣା, ପ୍ରାକୃତିକ ବିପର୍ଯ୍ୟୟ, କାର ଦୁର୍ଘଟଣା, କୌଣସି ପ୍ରକାରର ମାନସିକ ଏବଂ ଶାରୀରିକ ନିର୍ଯାତନା କାରଣରୁ ଘଟିଥାଏ । ଅବଶ୍ୟ ମହିଳା ଏବଂ ପୁରୁଷମାନଙ୍କଠାରେ ଏହି ଲକ୍ଷଣ ଦେଖିବାକୁ ମିଳିଥାଏ ।

Get real time updates directly on you device, subscribe now.