fbpx
BSKY
BJD SHG SKY
BJD YOUTH SKY

(Video ) ସୀମା ଲଙ୍ଘିଲେ ପାପୀ ମଣିଷ! ଗାଡି ପଛରେ ଜଗନ୍ନାଥଙ୍କୁ ଦଉଡିରେ ବାନ୍ଧି ନେଇ …

ଜଳେଶ୍ୱର: କୋଟି ଓଡ଼ିଆର ମଉଡମଣୀ ବା ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନ । ଜଗନ୍ନାଥଙ୍କୁ ଗାଡି ପଛରେ ଦୌଡିରେ ବାନ୍ଧି ବୁହା ଚାଲିଛି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଦୃଶ୍ୟ ବାଲେଶ୍ୱର ଜିଲ୍ଲା ୬୦ନଂ ଜାତୀୟ ରାଜପଥର ହଳଦୀପଦା ନିକଟରେ ଦେଖିବାକୁ ମିଳିଛି ।

ଖବର ମୁତାବକ, ଓଡିଶାରୁ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଏକ ପିକଅପ ଭ୍ୟାନର ପଛ ପଟେ ଜଗନ୍ନାଥଙ୍କୁ ଦଉଡିରେ ବନ୍ଧା ହୋଇ ନିଆ ଯାଉଛି। ଆଉ ଗାଡିରେ ଲଦା ହୋଇଛି ବାଉଁଶ । କେଉଁଠି ଗୋଟିଏ ବଡ଼ କାର୍ଯ୍ୟକ୍ରମ ପାଇଁ ଏହି ଟେଣ୍ଟ ହାଉସ ଗାଡି ଯାଉଛି । ହେଲେ ଗାଡି ପଛରେ ଅତି ନିର୍ମମ ଭାବେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପ୍ରତିମାକୁ ବାନ୍ଧି ଦିଆଯାଇଛି । ଖରା, ବର୍ଷା, ପବନ ଖାଇ ଠାକୁରେ ଷ୍ଟେଜ ଉପରେ କୌଣସି ଗୋଟିଏ ସାଜସଜ୍ଜାର ସାମଗ୍ରୀ ହେବାକୁ ଯାଉଛନ୍ତି ।

ଏହି ଭିଡିଓ ଏବେ ମୋବାଇଲରୁ ମୋବାଇଲକୁ ଭାଇରାଲ ହେବାରେ ଲାଗିଛି। ଏ କଥା ଦେଖିଲେ ଭାରି କଷ୍ଟ ଲାଗୁଛି । ନିଜ ମାଟିରେ ମହାପ୍ରଭୁଙ୍କ ଏ ଅପମାନ ଆଦୌ ଗ୍ରହଣୀୟ ନୁହେଁ । ଏ ଦୃଶ୍ୟ ଦେଖି ପ୍ରତି ଓଡ଼ିଆ ବ୍ୟାଥିତ । ଗାଡିର ଚାଳକ ସମେତ ଏ କାମ ପାଇଁ ଯିଏ ବି ଦାୟୀ, ତାକୁ ଦୃଷ୍ଟାନ୍ତମୂଳକ ଦଣ୍ଡ ମିଳୁ ବୋଲି ଲୋକମାନେ ଦାବି କରିଛନ୍ତି ।

Get real time updates directly on you device, subscribe now.