fbpx
BSKY SKY
BSKY SKY

ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପରେ AAP ନେତା କୈଳାଶ ଗେହେଲଟଙ୍କୁ ଇଡିର ସମନ

BSKY

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆମ ଆଦମୀ ପାର୍ଟୀର ମନ୍ତ୍ରୀ କୈଳାଶ ଗେହଲଟଙ୍କୁ ସମନ ପଠାଇଛନ୍ତି । ଗେହଲଟ ଦିଲ୍ଲୀର ଅରବିନ୍ଦ କେଜ୍ରିୱାଲ ସରକାରଙ୍କ ପରିବହନ ମନ୍ତ୍ରୀ ଅଟନ୍ତି ।

ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଏହି ମାମଲାରେ ୨୧ ମାର୍ଚ୍ଚରେ ଯାଞ୍ଚ ଏଜେନ୍ସିଙ୍କ ଦ୍ୱାରା ଗିରଫ କରାଯାଇଛି । ଏହାପରେ ଇଡି ଗେହଟଙ୍କୁ ସମନ ପଠାଇଛନ୍ତି । ଇପି କୈଳାଶ ହେହଲଟଙ୍କୁ ସମନ ଜାରି କରି ଆଜି ଜେରା ପାଇଁ ଡକାଇଛନ୍ତି । ନାଜାଫଗଡର ବିଧାୟକ ଗେହଲଟ ଏହି ପ୍ୟାନେଲର ଏକ ଅଂଶ ଥିଲେ, ଯାହା ବର୍ତ୍ତମାନ ରଦ୍ଦ ହୋଇଥିବା ମଦ ନୀତି ପ୍ରସଙ୍ଗ ଉଠାଇଛି ।

ମଦ ନୀତି ମାମଲାରେ ଗିରଫ କରାଯାଇଥିବା କେଜ୍ରିୱାଲଙ୍କୁ ୨ ଏପ୍ରିଲ ପର୍ଯ୍ୟନ୍ତ ଇଡିର ହେପାଜତରେ ରଖାଯିବ । ଏହା ପୂର୍ବରୁ ଦିଲ୍ଲୀର କୋର୍ଟ କେଜ୍ରିୱାଲଙ୍କୁ ୨୮ ମାର୍ଚ୍ଚ ପର୍ଯ୍ୟନ୍ତ ଇଡି ହେପାଜତରେ ପଠାଇଥିଲେ । ଯାହା ପରେ ଏହାକୁ ବଢାଯାଇଛି ।

Get real time updates directly on you device, subscribe now.