fbpx

ଏବେ ‘X’ରେ ଦେଖିବାକୁ ମିଳିବ Adult Content: ଯୋଜନା କରୁଛନ୍ତି ଏଲନ୍ ମସ୍କ

ନୂଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ ଏବେ ଆଉ ଏକ ନୂଆ ଫିଚର ସାମିଲ କରିବାକୁ ଯାଉଛି । ଏହି ଫିଚରରେ ୟୁଜରମାନେ ଆଡଲ୍ଟ କଣ୍ଟେଣ୍ଟ ଦେଖିପାରିବେ । ବିଶେଷ କରି ଏହା ୟୁଜର୍ସମାନଙ୍କୁ ଆଡଲ୍ଟ କଣ୍ଟେଣ୍ଟ ବା ‘Not Safe for Work’ ଭଳି କଣ୍ଟେଣ୍ଟ ସହ ସାମିଲ କରିବ । ୟୁଜର୍ସ ଏଭଳି ଗ୍ରୁପ ବା କମ୍ୟୁନିଟି ସହ ଯୋଡ଼ି ହେବେ, ଯାହା ମୁଖ୍ୟତଃ ଆଡଲ୍ଟ କଣ୍ଟେଣ୍ଟ ଉପରେ ଫୋକସ୍ ରହିଥିବ । ଅନେକ ସମୟରେ ୟୁଜର୍ସମାନେ ସୋସିଆଲ ମିଡିଆରେ ଆଡଲ୍ଟ କଣ୍ଟେଣ୍ଟ ଦେଖିବାକୁ ପାଇଥାନ୍ତି । କିନ୍ତୁ ଏହାକୁ କୌଣସି ପ୍ଲାଟଫର୍ମ ପ୍ରୋତ୍ସାହନ ଦେଇନଥାନ୍ତି । ତେଣୁ ଏକ୍ସ(ପୂର୍ବରୁ ଟ୍ୱିଟର) ଏହାକୁ ୟୁଜରମାନଙ୍କ ପାଖରେ ପହଞ୍ଚାଇବାକୁ ଚାହୁଁଛି ।

ରିପୋର୍ଟ ଅନୁସାରେ, ଆଡଲ୍ଟ କଣ୍ଟେଣ୍ଟ ପାଇଁ କମ୍ୟୁନିଟି କ୍ରିଏଟ୍ କରୁଥିବା ୟୁଜରମାନଙ୍କୁ ସେଟିଙ୍ଗରେ ଏ ସମ୍ପର୍କରେ ସମସ୍ତ ତଥ୍ୟ ମିଳିପାରିବ । ଡାନିଏଲ ବୁଚକ ଏହାର ସ୍କ୍ରିନସଟ୍ ଦେଇଛନ୍ତି । ଏହି ସ୍କଟ୍ନସଟ୍ ହେଉଛି ଏକ ଆନାଲିଷ୍ଟ ଏବଂ ଏହା ଆପ୍ସର ଡେଭଲପମେଣ୍ଟକୁ ଟ୍ରାକ କରିଥାଏ । ଏହି ସେଟିଙ୍ଗ ପରେ ସେହି କଣ୍ଟେଣ୍ଟରେ ଆଡଲ୍ଟ କଣ୍ଟେଣ୍ଟର ଲେବଲ ନଜର ଆସିବ । ଏହି ସ୍କ୍ରିନସଟ୍ ଅନୁସାରେ, ଲେବଲ ବିନା କୌଣସି ୟୁଜର କଣ୍ଟେଣ୍ଟ ଅପଲୋଡ କଲେ, ଏହାକୁ ଫିଲ୍ଟର କରି କମ୍ପାନୀ ତରଫରୁ ଏହାକୁ ହଟାଇ ଦିଆଯିବ । ତେବେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏହି ଫିଚରକୁ ପ୍ରାଇଭେଟ ରଖାଯାଇପାରେ । ଏହାବ୍ୟତୀତ ସୋସିଆଲ ମିଡିଆ ନେଟୱାର୍କ ଏହି ଗ୍ରୁପ ପାଇଁ ବୟସ ଭେରିଫିକେସନ୍ ଫିଚର ମଧ୍ୟ ସାମିଲ କରାଯାଇପାରେ ।

‘X’ର ବର୍ତ୍ତମାନ ନିୟମ ଅନୁସାରେ, ଗ୍ରାଫିକ୍ ମିଡିଆ, ବୟସ୍କମାନଙ୍କ ନଗ୍ନତା ଏବଂ ଯୌନ ଆଚରଣ ୧୮ ବର୍ଷରୁ କମ୍ ଲୋକଙ୍କ ପାଇଁ ବାରଣ କରାଯାଇଛି । ଏହାସହିତ ପ୍ରୋଫାଇଲରେ ଜନ୍ମ ତାରିଖ ଯୋଡି ନଥିବା ୟୁଜରମାନଙ୍କ ପାଇଁ ମଧ୍ୟ ଏହି ମିଡିଆ ଉପଲବ୍ଧ ହୋଇପାରିବ ନାହିଁ । ଏକ୍ସର ଜଣେ ବରିଷ୍ଠ ସଫ୍ଟୱେୟାର ଇଞ୍ଜିନିୟର ଡୋଙ୍ଗ ୱୁକ୍ ଚୁଙ୍ଗ ପୋଷ୍ଟ କରିଛନ୍ତି ଯେ, ଏହି ପ୍ଲାଟଫର୍ମକୁ ସମସ୍ତଙ୍କ ପାଇଁ ସୁରକ୍ଷିତ କରିବା ଏହି ଲେବଲର ମୁଖ୍ୟ ଉଦ୍ଦେଶ୍ୟ। ଏହି କଣ୍ଟେଣ୍ଟ କେବଳ ସେହି ୟୁଜରଙ୍କ ପାଇଁ ଉପଲବ୍ଧ ହେବ, ଯେଉଁମାନେ ସେମାନଙ୍କର ବୟସ ନିଶ୍ଚିତ କରିଛନ୍ତି ।

Get real time updates directly on you device, subscribe now.