ଜୟପୁର: ରାଜସ୍ଥାନର ଯୋଧପୁରର ୩୫ ବର୍ଷୀୟ ହୋମିଓପ୍ୟାଥିକ ଡାକ୍ତର ଅଜୟ କୁମାର ୧୧ ଡିସେମ୍ବର ୨୦୨୪ରେ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୁଲିସକୁ ମିଳିଥିବା ସୁଇସାଇଡ୍ ନୋଟ୍ରେ ଅଜୟ ତାଙ୍କ ପତ୍ନୀ ସୁମନଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଏହି ଘଟଣା ବେଙ୍ଗାଲୁରୁରେ ନିକଟରେ ହୋଇଥିବା ଅତୁଲ ସୁଭାଷ ମାମଲାର ସ୍ମୃତିକୁ ମନେ ପକାଇଦେଇଛି, ଯାହା ଘରୋଇ ବିବାଦ ଏବଂ ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥିଲା। ଡାକ୍ତର ଅଜୟ କୁମାରଙ୍କ ମୃତଦେହ ଯୋଧପୁରର କୀର୍ତ୍ତି ନଗରସ୍ଥିତ ତାଙ୍କ କ୍ଲିନିକରେ ଝୁଲନ୍ତା ଅବସ୍ଥାରେ ମିଳିଛି।
ତାଙ୍କ ଫୋନ୍ ର ଉତ୍ତର ନ ମିଳିବାରୁ ବନ୍ଧୁ ଓ ପରିବାର ଲୋକେ ଚିନ୍ତା ପ୍ରକଟ କରିବାରୁ ତାଙ୍କ ଜଣେ ସହଯୋଗୀ କ୍ଲିନିକ୍ ରେ ପହଞ୍ଚି ତାଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରୁ ମିଳିଥିବା ସୁଇସାଇଡ୍ ନୋଟ୍ ରେ ଡାକ୍ତର ଅଜୟ ତାଙ୍କ ପତ୍ନୀ ସୁମନଙ୍କ ବିରୋଧରେ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଚିଠିରେ ସେ ନିଜର ସଂଘର୍ଷ ଓ ନିରାଶା ପ୍ରକାଶ କରିଛନ୍ତି। ଅଜୟ କୁମାର ଗତ ୩ ବର୍ଷ ହେବ ଏକ ଆୟୁର୍ବେଦିକ ବିଶ୍ୱବିଦ୍ୟାଳୟରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିଲେ ଏବଂ କିଛି ଦିନ ହେବ ଯୋଧପୁରରେ ରହୁଥିଲେ।
୭ ବର୍ଷ ତଳେ ଡାକ୍ତର ଅଜୟ ଓ ସୁମନଙ୍କ ବିବାହ ହୋଇଥିଲା ଏବଂ ସେମାନଙ୍କର ୪ ବର୍ଷର ଏକ ପୁଅ ଅଛି, ଯିଏ କି ବର୍ତ୍ତମାନ ଜୟପୁରରେ ସୁମନଙ୍କ ସହ ରହୁଛି। ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ ସୁମନ ଦୀର୍ଘ ଦିନ ଧରି ଅଜୟ କୁମାରଙ୍କୁ ମାନସିକ ନିର୍ଯାତନା ଦେଇ ଆସୁଥିଲେ, ଯେଉଁଥିପାଇଁ ସେ ଗଭୀର ମାନସିକ ଚାପରେ ଥିଲେ। ନିକଟରେ ବେଙ୍ଗାଲୁରୁର ସଫ୍ଟୱେୟାର ଇଞ୍ଜିନିୟର ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ସହିତ ସମାନ, ଯେଉଁଥିରେ ସେ ତାଙ୍କ ପତ୍ନୀ ଛାଡ଼ପତ୍ର ଏବଂ ହେପାଜତ ବିବାଦ ସମୟରେ ତାଙ୍କୁ ହଇରାଣ କରିଥିବା ଅଭିଯୋଗ କରିଥିଲେ।