fbpx

ଚନ୍ଦ୍ର ହାସଲରେ ମାନୁନି ମନ, ସେପ୍ଟେମ୍ବରରେ ‘ମିଶନ୍ ସୂର୍ଯ୍ୟ-Aaditya-L1’ ଲଞ୍ଚ କରିବ ଇସ୍ରୋ

ନୂଆଦିଲ୍ଲୀ: ଚନ୍ଦ୍ର ରାଇଜରେ ଭାରତର ଚନ୍ଦଅଯାନ-୩ ଅବତରଣ କରି ଇତିହାସ ରଚିଛି । ବର୍ତ୍ତମାନ ସମସ୍ତଙ୍କ ନଜର ଏହି ଚନ୍ଦ୍ରଯାନ-୩ ଉପରେ ରହିଛି । ଚନ୍ଦ୍ରପୃଷ୍ଠରେ ଲାଣ୍ଡିଂ କରିବା ପରେ ଏବେ ଲାଣ୍ଡର ବିକ୍ରମଠାରୁ ଅଲଗା ହୋଇଯାଇଛି ରୋଭର ‘ପ୍ରଜ୍ଞାନ’ । ଏବେ ଚନ୍ଦ୍ର ଉପରେ ଚାଲି ଚାଲି ‘ପ୍ରଜ୍ଞାନ’ ନିଜ କାମ ଆରମ୍ଭ କରିଥିବା ବେଳେ ଏପଟେ ଇସ୍ରୋ ତରଫରୁ ଆଉ ଏକ ଯୋଜନା ଆରମ୍ଭ ହୋଇଯାଇଛି । ଚନ୍ଦ୍ରଯାନ-୩ର ସଫଳତା ପରେ ଏବେ ସୂର୍ଯ୍ୟକୁ ମଧ୍ୟ ଏକ ଯାନ ପଠାଇବା ପାଇଁ ପ୍ରସ୍ତୁତ ହୋଇଛି ଇସ୍ରୋ । ସୂର୍ଯ୍ୟ ଅଧ୍ୟୟନ କରିପାରୁଥିବା ପ୍ରଥମ ଅନ୍ତରୀକ୍ଷ ଆଧାରିତ ଭାରତୀୟ ପର୍ଯ୍ୟବେକ୍ଷଣକାରୀ Aditya L1 ଉତକ୍ଷେପଣ ପାଇଁ ପ୍ରସ୍ତୁତ ହେଉଛି ।

ସୂଚନା ଅନୁସାରେ, U.R ଉପଗ୍ରହ କେନ୍ଦ୍ରରେ ନିର୍ମତ ଉପଗ୍ରହ ଶ୍ରୀହରିକୋଟାର ଅନ୍ତରୀକ୍ଷ କେନ୍ଦ୍ରରେ ପହଞ୍ଚି ସାରିଛି । ଏ ନେଇ ଇସ୍ରୋ ଏଜେନ୍ସି ତରଫରୁ ସୂଚନା ଦିଆଯାଇଛି । ତେବେ ଏହା ସେପ୍ଟେମ୍ବର ପ୍ରଥମ ସପ୍ତାହ ସୁଦ୍ଧା ହୋଇପାରେ ବୋଲି କହିଛନ୍ତି ଇସ୍ରୋର ଜଣେ ଅଧିକାରୀ । ଏହି ଅନ୍ତରୀକ୍ଷକୁ ସୂର୍ଯ୍ୟ-ପୃଥିବୀ ପ୍ରଣାଳୀର ଲେଙ୍ଗ୍ରେଜ ବିନ୍ଦୁ ୧(L1)ର ଚତୁଃପାଶ୍ୱର୍ରୁ ଏକ ପ୍ରଭାମଣ୍ଡଳରେ ଆବଦ୍ଧ କରାଯିବ । ଏହା ପୃଥିବୀରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରେ ରହିବ ବୋଲି ଅନୁମାନ କରାଯାଉଛି । ‘ଲାଗ୍ରେଞ୍ଜ ପଏଣ୍ଟ’ ମହାକାଶରେ ଥିବା ସେହି ପଏଣ୍ଟଗୁଡ଼ିକୁ ସୂଚିତ କରେ ଯେଉଁଠାରେ ଦୁଇଟି ମହାକାଶ ଶରୀରର ମାଧ୍ୟାକର୍ଷଣ ଶକ୍ତି (ଯେପରିକି ସୂର୍ଯ୍ୟ ଏବଂ ପୃଥିବୀ) ଏକ ଆକର୍ଷଣ ଏବଂ ଘୃଣାର କ୍ଷେତ୍ର ସୃଷ୍ଟି କରେ ।

ଇସ୍ରୋ କହିଛି ଯେ, ଏହାଦ୍ୱାରା ବାସ୍ତବିକ ସମୟରେ ସୌର ଗତିବିଧି ଏବଂ ଅନ୍ତରୀକ୍ଷ ଜଳବାୟୁ ଉପରେ ଏହାର ପ୍ରଭାବ ଦେଖିବାର ଅଧିକ ଲାଭ ମିଳିପାରିବ । ଏହି Aditya L1 ଯାନରେ ୭ଟି ପେଲୋଡ ରହିଛି, ଯାହା ବିଦ୍ୟୁତ ଚୁମ୍ବକୀୟ ଏବଂ ଚୁମ୍ବକୀୟ କ୍ଷେତ୍ର ଡିଟେକ୍ଟରର ଉପଯୋଗ କରି ଫୋଟୋସ୍ଫେୟର(ପ୍ରକାଶମଣ୍ଡଳ), କ୍ରୋମୋସ୍ଫେୟର ଏବଂ ସୂର୍ଯ୍ୟର ସବୁଠାରୁ ବାହାର ସ୍ତର(କୋରୋନା) ଇତ୍ୟାଦିର ନିରୀକ୍ଷଣ କରିବାରେ ସାହାଯ୍ୟ କରିବ ।

Get real time updates directly on you device, subscribe now.