fbpx

୧ ହଜାର ଟଙ୍କାର ଖାଦ୍ୟ ଖାଇଲେ , ୱେଟରକୁ ଦେଲେ ଏତିକି ଟଙ୍କା: ଟିପ୍ସ ଶୁଣିଲେ ଉଡିଯିବ ହୋସ

ଆମେରିକା: ଆମେ ଅନେକ ସମୟରେ ବାହାରେ ଖାଇବାକୁ ଭଲ ପାଇଥାନ୍ତି । ଖାସ୍ କରି ଅନେକ ଭଲ ରେଷ୍ଟୁରାଣ୍ଟକୁ ଯାଇଥାନ୍ତି ଏବଂ ଖାଇସାରିବା ପରେ ୱେଟରକୁ ତାର କାର୍ଯ୍ୟ କିଛି ଟିପ୍ସ ମଧ୍ୟ ଦେଇଥାନ୍ତି । ତେବେ କିଏ ଅଧିକ ଟଙ୍କା ଟିପ୍ସ ଦେଇଥାନ୍ତି ତ ଆଉ କିଏ କମ୍ ଟଙ୍କା ଦିଅନ୍ତି । ତେବେ ଏହାରି ମଧ୍ୟରେ ବର୍ତ୍ତମାନ ଏହି ଟିପ୍ସକୁ ନେଇ ଏକ ଖବର ସାମ୍ନାକୁ ଆସିିଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ଜଣେ ବ୍ୟକ୍ତି ରେଷ୍ଟୁରାଣ୍ଟକୁ ଖାଇବାକୁ ଯାଇଥିବା ବେଳେ ୱେଟରକୁ ଦେଇଥିବା ଟିପ୍ସକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି ।

ତେବେ ଜଣେ ବ୍ୟକ୍ତିା ରେଷ୍ଟୁରାଣ୍ଟକୁ ଭୋଜନ କରିବାକୁ ଯାଇଥିବା ବେଳେ ସେ ୧ହଜାର ଟଙ୍କାର ଖାଦ୍ୟ ଖାଇଥିଲେ । କିନ୍ତୁ ସେହି ଖାଦ୍ୟ ପରିବର୍ତ୍ତେ ବ୍ୟକ୍ତି ଜଣକ ୱେଟରକୁ ୨ ଲକ୍ଷ ଟଙ୍କା ଟିପ୍ସ ଦେଇଛନ୍ତି । ଯାହାକୁ ଜାଣି ୱେଟର ଜଣକ ବହୁତ ଖୁସି ହୋଇଯାଇଥିଲେ । ତେବେ ଏହି ଘଟଣା ଟି ଆମେରିକାର ପେନସିଲଭାନିଆର ଆଲଫ୍ରେଡୋ କାଫେର । ଯେଉଁଠାରେ ମାରିଆନା ଲାମବର୍ଟ ନାମକ ଜଣେ ମହିଳା ୱେଟର କାମ କରନ୍ତି। ପ୍ରାୟ ତିନିମାସ ପୂର୍ବେ ଜଣେ ବ୍ୟକ୍ତି କାଫେକୁ ଆସି ପ୍ରାୟ ଏକ ହଜାର ଟଙ୍କା ମୂଲ୍ୟର ଖାଦ୍ୟ ଖାଇଥିଲେ, କିନ୍ତୁ ଯେତେବେଳେ ସେ ଯିବା ଆରମ୍ଭ କଲେ ସେତେବେଳେ ସେ ରେଷ୍ଟୁରାଣ୍ଟକୁ ୨ ଲକ୍ଷ ଟଙ୍କା ଦେଇଥଲେ। ଏହା ଜାଣି ୱେଟର ବହୁତ ଆଶ୍ଚର୍ୟ୍ୟ ହୋଇଯାଇଥିଲେ । ସେହି ସମୟରେ, ଏରିକ ସ୍ମିଥ ନାମକ ଜଣେ ବ୍ୟକ୍ତି କହିଥିଲେ ଯେ ଯୀଶୁଙ୍କ ପାଇଁ ଟିପ୍ସ ଅଭିଯାନ ଦ୍ୱାରା ପ୍ରଭାବିତ ହୋଇଥିଲେ । ଯେଉଁଥିପାଇଁ ଏପରି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ଦୁଇ ମାସ ପରେ ମାରିଆନା ଏପରି ଏକ ଝଟକା ପାଇଲେ ଯେ ଯାହା କେହି କଳ୍ପନା କରି ନଥିଲେ ।

ଏରିକ ସ୍ମିଥ ଗତ ମାସରେ ରେଷ୍ଟୁରାଣ୍ଟକୁ ଏକ ଚିଠି ପଠାଇ ତାଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କ୍ରେଡିଟ୍ କାର୍ଡର ଚାର୍ଜ ବ୍ୟାକ୍ ନିୟମ ଅନୁଯାୟୀ ଏହି ଟଙ୍କା ଫେରସ୍ତ ପାଇଁ ଦାବି କରିଥିଲେ । ରେଷ୍ଟୁରାଣ୍ଟ ଫେସବୁକରେ ସ୍ମିଥଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । ଏହା ପରେ ରେଷ୍ଟୁରାଣ୍ଟ ତାଙ୍କ ସହ କଥାବାର୍ତ୍ତା ବନ୍ଦ କରି କୋର୍ଟର ସାହାରା ନେଇଥିଲେ । ରେଷ୍ଟୁରାଣ୍ଟ ମ୍ୟାନେଜର ଜ୍ୟାକ ଯାଦବସନ୍ କହିଛନ୍ତି ଯେ ଏହି ଘଟଣା ମୋତେ ବହୁତ ନିରାଶ କରିଛି । ଆମେ ଭାବୁଥିଲୁ ପ୍ରକୃତରେ କେହି ଜଣେ ଏପରି ଭଲ କାମ କରିବାକୁ ଚାହୁଁଛନ୍ତି, କିନ୍ତୁ ବର୍ତ୍ତମାନ ଆମେ ଆମର ବିଶ୍ୱାସ ହରାଇଛୁ । କେବେ ଏହି ଘଟଣାକୁ ନେଇ ମାଜିଷ୍ଟ୍ରେଟ କୋର୍ଟରେ ଏକ ମାମଲା ରୁଜୁ ହୋଇଛି।

Get real time updates directly on you device, subscribe now.