fbpx

୨୨ ରୁ ହେବ ପାଠପଢା: ସୂଚନା ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ଆସନ୍ତା ୨୨ ତାରିଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା ଆରମ୍ଭ । ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢେ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବା ବେଳେ ୨୨ ରୁ ଆରମ୍ଭ ହେବ ପାଠପଢା ।

ତେବେ କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ହେବ ବନ୍ଦ ରହିଥିବା +୨ ପରିକ୍ଷା ପରୀକ୍ଷା ଚଳିତ ଥର ଅଫ୍‌ ଲାଇନ୍‌ରେ ହୋଇଥିଲା । ଯେଉଁଥିରେ ମୋଟ୍‌ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ |ଏଥିମଧ୍ୟରୁ କଳାରେ କେବଳ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ମଧ୍ୟ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ। ସେହିପରି ବିଜ୍ଞାନରେ ୧ ଲକ୍ଷରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଥିଲା । ଏଥିନେଇ ୧୦୩୩ ଟି ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯାଇଥିଲା । ପ୍ରଶ୍ନ ପତ୍ର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୨୦୨ଟି ନୋଡାଲ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଥିଲା । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ଛାତ୍ରଛାତ୍ରୀମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିଲା । ସେହିପରି କପି ରୋକିବା ପାଇଁ ତ୍ରିସ୍ତରୀୟ ସ୍କ୍ୱାର୍ଡର ବ୍ୟବସ୍ଥା ମଧ୍ୟ କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ଦିଆଯାଇଥିଲା ।

Get real time updates directly on you device, subscribe now.