fbpx

(Video) ଭୋକ ବିକଳରେ ଷ୍ଟୋର ଭିତରେ ପଶିଗଲା ବିରାଟ ବଡ଼ ଭାଲୁ: ଖାଇଗଲା ସବୁ…

ଆପଣ ଅନେକ ସମୟରେ ସହର ଭିତରକୁ ଭାଲୁ ପଶିଆସିଥିବାର ଘଟଣା ଦେଖିଥିବେ । ଭାଲୁ ଜନବସତିକୁ ପଶିଲେ ଲୋକମାନେ ମଧ୍ୟ ଭୟଭୀତ ହୋଇପଡ଼ନ୍ତି । ଏବେ ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇାରଲ ହେବାରେ ଲାଗିଛି । ଯେଉଁଥିରେ ଦେଖାଯାଉଛି ଯେ ଗୋଟିଏ ଭାଲୁ ଏକ ଷ୍ଟୋରରେ ପଶି ସେଠାରେ ଥିବା କ୍ୟାଣ୍ଡି(ଚକୋଲେଟ୍)କୁ ଖାଇବାରେ ଲାଗିଛି ।

ଆମେରିକା କାଲିଫର୍ଣ୍ଣିଆର ୭-ଇଲେଭେନ ଷ୍ଟୋରରେ ପଶି ଭାଲୁଟି ଚକୋଲେଟ୍ ଖାଇବାରେ ବ୍ୟସ୍ତ । ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଷ୍ଟୋରର କ୍ୟାସିୟର ନାଇଟ ଶିଫ୍ଟରେ  କାମ୍ କରୁଥିଲେ ଯେତେବେଳେ ସେ ଦେଖିବାକୁ ପାଇଥିଲେ ଯେ ଗୋଟିଏ ଭାଲୁ ବିଳମ୍ବିତ ରାତିରେ ଷ୍ଟୋର ଭିତରକୁ ପଶିଥିଲା । ଆଉ କ୍ୟାଣ୍ଡି ଗୁଡ଼ିକ ଖାଇବକୁ ଲାଗିଥିଲା । ପ୍ରଥମେ ସେ ଏହି ଭାଲୁକୁ ଦେଖି ଡରିଯାଇଥିଲେ ।

ସେ କହିଥିଲେ ଭାଲୁଟି ବାରମ୍ବାର ଆସିଥିଲା ଏବଂ ସେଲ୍ଫରେ ଥିବା ଚକୋଲେଟ୍ ଖାଇବାକୁ ଲାଗିଥିଲା । ପ୍ରଥମେ ମୁଁ ଡରିଯାଇଥିଲି ଏବଂ ପଛ କବାଟ ପାଖରେ ଅପେକ୍ଷା କରିଥିଲି ଯଦି ସେ ଆକ୍ରମଣ କରିବ ତେବେ ମୁଁ ଖସି ପଳାଇବି କିନ୍ତୁ ଭାଲୁ ଆକ୍ରମଣ କରିନଥିଲା । ସେ କେବଳ ଖାଇବାକୁ ଆସିଥିଲା ।

ତେବେ ସତରେ ଭିଡିଓ ଦେଖିଲେ ଜାଣିପାରୁଥିବେ ଭାଲୁ ଅତି ଆରାମରେ ଷ୍ଟୋର ଭିତରେ ପଶି ଚକଲୋଟ୍ ଖାଇବାରେ ବ୍ୟସ୍ତ । ସତେ ଯେପରି ତାକୁ କୌଣସି ଡ଼ର ନାହିଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.