fbpx

SBI ଦେଲା ଆଉ ଏକ ବଡ଼ ଖୁସିଖବର: ମାର୍ଚ୍ଚ ସୁଦ୍ଧା ମିଳିବ ବ୍ୟାଙ୍କର ଏହି ସୁବିଧା

ନୂଆଦିଲ୍ଲୀ: ଯଦି ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିଛି ଓ ଆପଣ ସିନିୟର ସିଟିଜେନ୍ , ତେବେ ଆପଣଙ୍କ ପାଇଁ ଆସିଛି ବଡ଼ ଖବର । ଏସବିଆଇ ପକ୍ଷରୁ ସିନିୟର ସିଟିଜେନଙ୍କୁ ଫିକ୍ସଡ ଡିପୋଜିଟ୍ (ଏଫଡି) ଉପରେ ଅଧିକ ରିଟର୍ଣ୍ଣ ଦିଆଯାଉଛି । ଏସବିଆଇ ପୁଣିଥରେ ସିନିୟର ସିଟିଜେନ୍ ପାଇଁ ସ୍ପେଶାଲ ଫିକ୍ସ ଡିପୋଜିଟ ଯୋଜନାକୁ ବୃଦ୍ଧି କରିଛନ୍ତି ।

ପବ୍ଲିକ୍ ସେକ୍ଟରରେ ଦେଶର ସବୁଠାରୁ ବଡ଼ ଲୋନ୍ ପ୍ରଦାନକାରୀ ଏସବିଆଇ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ପେଶାଲ ଡିପୋଜିଟ ପ୍ଲାନ୍ ‘ଆଇ ୱେୟାର’ କୁ ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରାଯାଇଛି । ସେପ୍ଟେମ୍ବର ୨୦୨୦ ରେ ଏସବିଆଇ ପକ୍ଷରୁ ଏହା ଆରମ୍ଭ ହୋଇଥିଲା । ବରିଷ୍ଠ ନାଗରିକଙ୍କଠାରୁ ଏକ ଭଲ ପ୍ରତିକ୍ରିୟା ମିଳିଛି, ଯାହା ପରେ ଏହାକୁ ବ୍ୟାଙ୍କ ଦ୍ୱାରା ପୁଣି ବୃଦ୍ଧି କରାଯାଇଛି ।

ତେବେ ଏସବିଆଇର ସିନିୟର ସିଟିଜେନ ସ୍ପେଶାଲ ଏଫଡି ସ୍କିମ୍ ‘ଏସବିଆଇ ୱେୟାର’ ରେ ୫ ବର୍ଷ କିମ୍ବା ତାଠାରୁ ଅଧିକ ଏଫଡିରେ ୩୦ ବେସିସ୍ ପଏଣ୍ଟ୍ର ଅତିରିକ୍ତ ସୁଧ ମିଳୁଛି । ବ୍ୟାଙ୍କ ଦ୍ୱାରା ୫ ବର୍ଷ ପାଇଁ ୫.୬୫ ପ୍ରତିଶତ ସୁଧ ଦିଆଯାଉଛି । କିନ୍ତୁ ସ୍ପେଶାଲ ପ୍ଲାନ୍ ଅଧିନରେ ବରିଷ୍ଠ ନାଗରିକମାନଙ୍କୁ ୫ ବର୍ଷ ପାଇଁ ୬.୪୫ ପ୍ରତିଶତ ସୁଧ ଦିଆଯାଉଛି ।

ଏସବିଆଇ ତରଫରୁ ୭ ଦିନରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଏଫଡି ଉପରେ ସୁଧ ହାର ୧୫ ବେସିସ୍ ପଏଣ୍ଟକୁ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ହାର ଅଗଷ୍ଟ ୧୩ ରୁ ଲାଗୁ କରାଯାଇଛି । ସାଧାରଣ ନାଗରିକଙ୍କୁ ଏସବିଆଇ ୨.୯୦ ପ୍ରତିଶତରୁ ୫.୬୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଦେବ । ବରିଷ୍ଠ ନାଗରିକଙ୍କ ପାଇଁ ପ୍ରସ୍ତୁତ ଏଫଡି ଉପରେ ବ୍ୟାଙ୍କ ୩.୪୦ ପ୍ରତିଶତରୁ ୬.୪୫ ପ୍ରତିଶତ ସୁଧ ଦେବ ।

Get real time updates directly on you device, subscribe now.