fbpx

ଧାରଣାରୁ ଉଠିଲେ ବିଜେପି ବିଧାୟକ, ଜାଣନ୍ତୁ ପ୍ରେସମିଟରେ କ’ଣ କହିଲେ ବିରୋଧୀ ଦଳ ନେତା

ଭୁବନେଶ୍ୱର, ୪ା୪ (ଓଡିଶା ଭାସ୍କର): ଶେଷରେ ଧାରଣାରୁ ଉଠିଛନ୍ତି ବିଜେପି ବିଧାୟକ । ବାଚସ୍ପତିଙ୍କ କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ବିଧାୟକମାନେ ବିଧାନସଭା ପରିସରରେ ଥିବା ଗାନ୍ଧି ମୂର୍ତ୍ତି ତଳେ ଗତକାଲି ଠାରୁ ଧାରଣାରେ ବସିଥିଲେ । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାସ୍ଥଳକୁ ଆସି ବିଧାୟକଙ୍କୁ ବୁଝାଇଥିଲେ ମଧ୍ୟ ସେମାନେ ଧାରଣାରୁ ହଟି ନଥିଲେ । ତେବେ ଆଜି ବିଧାୟକମାନେ ଧାରଣାରୁ ଉଠିବା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ପ୍ରେସ୍ ମିଟ୍ କରିଛନ୍ତି ।

ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ପ୍ରଦୀପ୍ତ ନାଏକ ଏହି ଘଟଣାରେ ବାଚସ୍ପତିଙ୍କୁ ସମାଲୋଚନା କରିଛନ୍ତି । ଗୃହରେ ବିଲ୍ ପାରିତ ହେବା ସମୟରେ ବିରୋଧୀଙ୍କୁ ନିଜର ପକ୍ଷ ରଖିବାକୁ ସୁଯୋଗ ଦିଆଯାଇ ନଥିଲା । ଫଳରେ ଗୃହରେ ଯେଉଁ ଅପ୍ରୀତିକର ପରିସ୍ଥିତି ଉପୁଜିଲା, ସେଥିପାଇଁ ବାଚସ୍ପତି ନିଜେ ଦାୟୀ । ବିଜେପି ବିଧାୟକମାନେ ବିନା ଦୋଷରେ ଦଣ୍ଡିତ ହୋଇଛନ୍ତି । ତେବେ ବିଜେପି ବିଧାୟକମାନେ ରାଜ୍ୟପାଳଙ୍କୁ ଭେଟି ବିଲ ମଞ୍ଜୁର ନ କରିବାକୁ ଅନୁରୋଧ କରିବେ । ରାଜ୍ୟ ସହପ୍ରଭାରୀଙ୍କ ଅନୁରୋଧ କ୍ରମେ ଏହି ଧାରଣା ପ୍ରତ୍ୟାହୃତ କରିଛୁ ବୋଲି ବିରୋଧୀ ଦଳ ନେତା କହିଛନ୍ତି ।

Get real time updates directly on you device, subscribe now.