fbpx

ଦଳରେ ଯୋଗଦେବା ପରେ ମା’ ତାରାତାରିଣୀଙ୍କ ଦର୍ଶନ କଲେ ବିଜେଡି ନେତା ଭି.କେ ପାଣ୍ଡିଆନ

ଓଡିଶା ଭାସ୍କର: ଅବସରପ୍ରାପ୍ତ ଆଇଏଏସ ତଥା ୫ଟି-ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ବିଜେଡିରେ ବିଧିବଦ୍ଧ ଭାବେ ଯୋଗ ଦେଇଛନ୍ତି। ତେବେ ସେ ଦଳରେ ଯୋଗ ଦେବା ପରେ ପ୍ରଥମକରି ଗଞ୍ଜାମ ଜିଲ୍ଲାର ପ୍ରତ୍ୟକ୍ଷ ଆରାଧ୍ୟ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଛନ୍ତି। ନବାଗତ ବିଜେଡି ନେତା ଶ୍ରୀ ପାଣ୍ଡିଆନ ମା’ଙ୍କ ପିଠରେ ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରି ଓଡିଶାବାସୀଙ୍କ ମଙ୍ଗଳ କାମନା କରିଛନ୍ତିା

ସୂଚନା ଥାଉକି, ଆଜି ସକାଳ ୧୦ଟା ୪୦ ସମୟରେ ବିଜେଡିର ବରିଷ୍ଠ ନେତାମାନଙ୍କ ଉପସ୍ଥିତିରେ ପାଣ୍ଡିଆନ୍‌ ନବୀନ ନିବାସରେ ବିଜେଡିର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ପ୍ରସନ୍ନ ଆଚାର୍ୟ୍ୟ, ଦେବୀ ପ୍ରସାଦ ମିଶ୍ର, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଦେବ, ସ୍ନେହାଙ୍ଗିନୀ ଛୁରିଆ, ଉଷା ଦେବୀ, ବାସନ୍ତୀ ହେମ୍ବ୍ରମ, ମାନସ ମଙ୍ଗରାଜ, ସମୀର ଦାଶ, କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ପାଣ୍ଡିଆନ୍‌ଙ୍କୁ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଶଙ୍ଖ ବ୍ୟାଚ୍‌ ପିନ୍ଧାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ପାଦ ଛୁଇଁ ପାଣ୍ଡିଆନ ଆଶୀର୍ବାଦ ନେବା ସହ ଦଳ ପାଇଁ ନିଷ୍ଠାପର ସହ କାମ କରିବେ ବୋଲି କହିଥିଲେ। ତେବେ ସେ ରାଜନୀତିରେ ସାମିଲ ହେବା ପରେ ଦଳ ଭିତରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଉଛି। ”ସେ ଅନେକ ବର୍ଷ ହେବ ରାଜ୍ୟ ପାଇଁ କଠିନ ପରିଶ୍ରମ କରୁଛନ୍ତି। ସେ ଦଳରେ ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ। ମୁଁ ତାଙ୍କୁ ଶୂୁଭେଚ୍ଛା ଜଣାଉଛି” ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Get real time updates directly on you device, subscribe now.