ତାମିଲ ଗୀତରେ ଝୁମିଲେ ସଟଲ୍ କୁଇନ୍ ସିନ୍ଧୁ: ଏମିତି ପ୍ରଶଂସା କଲେ ଇନଷ୍ଟା ୟୁଜର

ନୂଆଦିଲ୍ଲୀ: ଏକମାତ୍ର ଭାରତୀୟ ମହିଳା ଭାବରେ ଦୁଇ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିଥିବା ପିଭି ସିନ୍ଧୁ ପୁଣି ଥରେ ଚର୍ଚ୍ଚାରେ । ତେବେ ନିଜ ଖେଳ ପାଇଁ ନୁହେଁ ବରଂ ଇନଷ୍ଟାଗ୍ରାମରେ ରିଲ୍ ବନାଇବାକୁ ନେଇ ଚର୍ଚ୍ଚାରେ ଅଛନ୍ତି ସିନ୍ଧୁ । ମାତ୍ର ଏକ ସପ୍ତାହ ତଳେ ସିନ୍ଧୁ କାଚ୍ଚା ବାଦାମ ଗୀତରେ ରିଲ୍ ବନାଇଥିଲେ । କାଚ୍ଚା ବାଦାମ ରିଲକୁ ଦର୍ଶକ ବେଶ ପସନ୍ଦ କରିଥିବା ବେଳେ ମାତ୍ର ସପ୍ତାହେ ଭିତରେ ଦ୍ୱିତୀୟ ରିଲ୍ ବନାଇଛନ୍ତି ସିନ୍ଧୁ । ତେବେ ଏଥର ସିନ୍ଧୁ ନାଚିଛନ୍ତି ଏକ ତାମିଲ ଗୀତରେ । ତାମିଲ ସେନସେସନ ଅନିରୁଦ୍ଧ ରବିଚନ୍ଦରଙ୍କ ମାୟାକିରିୟେ ଗୀତରେ ନାଚିବା ସହିତ ରିଲ୍ ଶେୟାର କରିଛନ୍ତି ସିନ୍ଧୁ ।

 

View this post on Instagram

 

A post shared by Sindhu Pv (@pvsindhu1)

ଜିନ୍ସ ଏବଂ ଜ୍ୟ।।କେଟ ସହିତ ଏକ ଟୋପି ମଧ୍ୟ ପିନ୍ଧି ଡାନ୍ସ କରୁଛନ୍ତି ସିନ୍ଧୁ । ଏହା ସହିତ ଡାନ୍ସ ଇଜ ଦ ଜୟ ଅଫ୍ ମୁଭମେଣ୍ଟ ବୋଲି ଲେଖିଛନ୍ତି ସିନ୍ଧୁ । ଏହି ଡାନ୍ସ ଚାଲେଞ୍ଜରେ ସିନ୍ଧୁଙ୍କ ରିଲକୁ ୨ ଲକ୍ଷରୁ ଅଧିକ ଲାଇକ୍ ମିଳିସାରିଛି । ଏକ ମିଲିୟନରୁ ଅଧିକ ଦର୍ଶକ ଏହାକୁ ଦେଖି ସାରିଛନ୍ତି । ଆନି ଭି ଏହି ତାମିଲ ଗୀତକୁ କମ୍ପୋଜ କରିଥିବା ବେଳେ ଅନିରୁଦ୍ଧ ରବିଚନ୍ଦର ଏହାକୁ ଗାଇଛନ୍ତି । ଏହି ଗୀତଟି ବେଶ ସୁପରହିଟ୍ ହୋଇଥିବା ବେଳେ ଏହାକୁ ନେଇ ୪୬ ହଜାରରୁ ଅଧିକ ରିଲ୍ ହୋଇସାରିଛି । ଦେଖନ୍ତୁ ଅରିଜିନାଲ୍ ଭିଡିଓ…..