fbpx
BSKY
BJD MC SKY
BJD YOUTH SKY

ରାଜ୍ୟସଭାରେ ପାସ ହେଲା OBC ସଂରକ୍ଷଣ ବିଲ୍; ରାଷ୍ଟ୍ରପତିଙ୍କ ମଞ୍ଜୁରୀକୁ ଅପେକ୍ଷା

ନୂଆଦିଲ୍ଲୀ: ରାଜ୍ୟସଭାରେ ଆଜି ପାରିତ ହୋଇଯାଇଛି ଓବିସି ସଂରକ୍ଷଣ ବିଲ୍ । ମଙ୍ଗଳବାର ଲୋକସଭାରେ ଏହି ବିଲଟି ପାରିତ ହୋଇଥିବା ବେଳେ ରାଜ୍ୟସଭାରେ ଆଜି ଏହି ବିଲଟି ପାରିତ ହୋଇଯାଇଛି । ସମ୍ବିଧାନର ୧୨୭ ତମ ସଂଶୋଧନ ଅନୁଯାୟୀ ଏହି ବିଲଟିକୁ ଓବିସି ବିଲ ବୋଲି ନାମିତ କରାଯାଇଛି । ସଂସଦର ଉଭୟ ସଦନରେ ଏହି ବିଲଟି ପାସ ହୋଇ ସାରିଥିବା ବେଳେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ ।

ଏହି ବିଲ ଦ୍ୱାରା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସେମାନଙ୍କର ପଛୁଆବର୍ଗ ନିର୍ଦ୍ଧାରଣ କରିବାର କ୍ଷମତା ପ୍ରଦାନ କରାଯାଇଛି । ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ବୀରେନ୍ଦ୍ର କୁମାର ରାଜ୍ୟସଭାରେ ଏହି ବିଲ ଆଗତ କରିଥିଲେ । କେନ୍ଦ୍ର ସରକାରଙ୍କ ଦ୍ୱାରା ଓବିସି ବିଲକୁ ଖାରଜ କରାଯାଇଥିବା ବେଳେ ଏହି ଐତିହାସିକ ବିଲ ରାଜ୍ୟ ମାନଙ୍କୁ ଏହି ସୁଯୋଗ ପ୍ରଦାନ କରିବ ବୋଲି ବୀରେନ୍ଦ୍ର କହିଛନ୍ତି । ବୀରେନ୍ଦ୍ରଙ୍କ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଆଇନ ଦ୍ୱାରା ୬୭୧ ପଛୁଆ ବର୍ଗର ଜାତିଙ୍କୁ ଫାଇଦା ମିଳିବ ।

Get real time updates directly on you device, subscribe now.