fbpx

କରୋନାକୁ ମାତ୍ ଦେବ ନାଜାଲ ଭାକ୍ସିନ!

ନୂଆଦିଲ୍ଲୀ: ବିଶ୍ୱର ଅନେକ ଦେଶ କରୋନା ମହାମାରୀକୁ ଶେଷ କରିବା ପାଇଁ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି । ଏହାରି ମଧ୍ୟରେ ଲଣ୍ଡନର ବୈଜ୍ଞାନିକମାନେ କହିଛନ୍ତି ଯେ, ନାକରେ ନିଆଯାଉଥିବା କୋଭିଡ-୧୯ ଟିକା ସଂକ୍ରମଣକୁ ରୋକିବାରେ ସଫଳ ହେଉଛି । ପଶୁଙ୍କ ଉପରେ କରାଯାଇଥିବା ପ୍ରି-କ୍ଲିନିକାଲ ଟ୍ରାଏଲରେ ରୋଗର ପ୍ରଭାବ ଏବଂ ଭାଇରସର ସଂକ୍ରମଣ ଦୁହିଁଙ୍କ ଉପରେ ଟିକା କାମ କରୁଛି ।

ବ୍ରିଟେନର ଲାଙ୍କାଷ୍ଟର ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀ ମୂଷାଙ୍କୁ ଏହି ଟିକାର ଦୁଇ ଡୋଜ ଦେଇଥିଲେ । ଏହା ପରେ ମୂଷାଙ୍କୁ କୋଭିଡ ଭାଇରସ ଦ୍ୱାରା ସଂକ୍ରମିତ କରାଯାଇଥିଲା । ପରୀକ୍ଷଣରେ ଦେଖାଯାଇଥିଲା ଯେ ଭାଇରସ ପ୍ରଭାବରେ ଆସିବା ପରେ ବି ମୂଷାଙ୍କ ଫୁସଫୁସରେ ସଂକ୍ରମଣ ଏବଂ ଘାରୁ ସଂମ୍ପୂର୍ଣ୍ଣ ସୁରକ୍ଷିତ ଥିଲେ ।

ଅନୁସନ୍ଧାନରେ ଜଣାପଡ଼ିଥିଲା ଟିକାର ଉଭୟ ଡୋଜ ମୂଷାଙ୍କ ମଧ୍ୟରେ ସଂକ୍ରମଣକୁ ଖୁବଶୀଘ୍ର କମ୍ କରିଥିଲା । ଏହା ସହ ଜଣାପଡ଼ିଥିଲା ଯେ ଟିକା ସଂକ୍ରମଣକୁ କମ୍ କରିବାର କ୍ଷମତା ରଖିଛି । ଅନୁସନ୍ଧାନକାରୀ କହିଥିଲେ ଏହାଦ୍ୱାରା ରୋଗର ପ୍ରଭାବ ଏବଂ ଭାଇରସର ସଂକ୍ରମଣ ଦୁହିଁଙ୍କୁ କମ କରାଯାଇପାରିବ ।

ଲ୍ୟାଙ୍କଷ୍ଟର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନର ନେତୃତ୍ୱ କରୁଥିବା ମହମ୍ମଦ ମୁନୀର କହିଛନ୍ତି, ଅଧ୍ୟୟନରୁ ଜଣାପଡ଼ିଛି ଯେ ଏହି ଟିକା କେବଳ ଭାଇରସର ପ୍ରଭାବକୁ କମ କରୁନାହିଁ ବରଂ ଏହାଦ୍ୱାରା ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ଠାରୁ ଅସଂକ୍ରମିତ ବ୍ୟକ୍ତିଙ୍କୁ ପହଞ୍ଚୁଥିବା ଭାଇରସକୁ ମଧ୍ୟ ରୋକିବାରେ ସମର୍ଥ ହେଉଛି ।

Get real time updates directly on you device, subscribe now.