fbpx

କପାଳରେ ଥାଏ ଭାଗ୍ୟରେଖା, ଜାଣନ୍ତୁ କେତେ ଲକି ଆପଣ

ଓଡ଼ିଶା ଭାସ୍କର ବ୍ୟୁରୋ: କଥାରେ ଅଛି କପାଳ ଲିଖନ କେ କରିବା ଆନ? ଅର୍ଥାତ୍ ଯାହା ପୂର୍ବ ନିର୍ଦ୍ଧାରିତ ତାହା ଘଟିବ ହିଁ ଘଟିବ ବୋଲି ସାଧାରଣରେ ବିଶ୍ୱାସ ରହିଛି । ଠିକ୍ ସେହିପରି ଆମର ରାଶି, ଜନ୍ମ ତାରିଖ, ନକ୍ଷତ୍ର ଭଳି ଶରୀରର ଗଠନ ଆଦି ଅନେକ କିଛି ପରିପ୍ରକାଶ କରିଥାଏ । ଶାସ୍ତ୍ରରେ ମଧ୍ୟ ଏ ସମ୍ପର୍କରେ ରହିଛି ଅନେକ ସୂଚନା । ସେହିକ୍ରମରେ କପାଳରେ ଥିବା ରେଖା ମଧ୍ୟ ଆମ ଜୀବନ ସହ ଜଡ଼ିତ ଅନେକ ଗଭୀର ତଥ୍ୟ ସମ୍ପର୍କରେ ସୂଚାଇ ଥାଏ । ତେବେ ସେଭଳି ରେଖା ଓ ଝିଅଙ୍କ ଜୀବନ ସମ୍ପର୍କରେ ଜାଣନ୍ତୁ:

ଗୋଟିଏ ରେଖା ପଡ଼ିଲେ:
କପାଳରେ ଗୋଟିଏ ରେଖା ପଡ଼ିଲେ ଝିଅମାନଙ୍କ ଭାଗ୍ୟ ୨୫ ବର୍ଷ ବୟସରେ ଖୋଲିଯାଏ । ୨୫ ପରେ ସମ୍ପୃକ୍ତ ଯୁବତୀଙ୍କୁ ଜୀବନର ସକଳ ସୁଖ-ସମୃଦ୍ଧି ଓ ସୌଭାଗ୍ୟ ପ୍ରାପ୍ତ ହୋଇଥାଏ ବୋଲି କୁହାଯାଉଛି ।

ତିନିଟି ରେଖା ପଡ଼ିଲେ:
କପାଳରେ ୩ଟି ରେଖା ଦୃଶ୍ୟମାନ ହେଲେ ଜଣଙ୍କ ଆର୍ôଥକ ସ୍ଥିତି ଖରାପ ଆଡ଼କୁ ଗତି କରିଥାଏ । ଏଭଳି ଝିଅମାନଙ୍କ ପାଖରେ କେବେ ମଧ୍ୟ ଟଙ୍କା ସଞ୍ଚୟ ହୋଇ ରହିପାରେନା ।

ଚାରି ରେଖା ପଡ଼ିଲେ:
ଯଦି କେହି ଝିଅର କପାଳରେ ୪ଟି ରେଖା ସ୍ପଷ୍ଟ ହୁଏ, ତେବେ ଏହା ଭାଗ୍ୟଶାଳୀର ସଂକେତ ବୋଲି ବିଚାର କରାଯାଏ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏଭଳି ଝିଅ କୌଣସି ଜିନିଷ ପାଇବାକୁ ହେଲେ ଅଧିକ ପରିଶ୍ରମ କରିବାକୁ ପଡ଼ିନଥାଏ । ତାଙ୍କୁ ସବୁକିଛି ଶୀଘ୍ର ହିଁ ପ୍ରାପ୍ତି ହୋଇଥାଏ । ଏହାସହ ସେ ଦୀର୍ଘାୟୁ ହୁଅନ୍ତି ବୋଲି କୁହାଯାଏ ।

ଅନେକ ରେଖା ପଡ଼ିଲେ:
ମଥା ଉପରେ ଏକକାଳୀନ ଅନେକ ରେଖା ଦେଖାଗଲେ ଝିଅଙ୍କ ଜୀବନ ସମସ୍ୟା ଭିତରେ ଉବୁଟୁବୁ ହୋଇଥାଏ । କିନ୍ତୁ ଏଭଳି ଝିଅମାନେ ସମସ୍ତଙ୍କ ସାମ୍ନାରେ ହସହସ ରହୁଥିବା ଦେଖାଯାଏ । ନିଜର ସମସ୍ୟା ଓ ଦୁଃଖକଷ୍ଟକୁ ଅନ୍ୟ ସହ ବାଣ୍ଟି ନଥାନ୍ତି । ସମସ୍ୟାରେ ଛନ୍ଦି ହୋଇ କଲବଲ ହେଉଥିଲେ ମଧ୍ୟ ସେସବୁ କାହାକୁ କହିବାକୁ ସେ ପସନ୍ଦ କରନ୍ତି ନାହିଁ ।

ଏକା ପରି ଅନେକ ରେଖା:
ଯେଉଁ ଝିଅମାନଙ୍କ ମଥାରେ ଏକା ଭଳି ଅନେକ ରେଖା ଦୃଶ୍ୟ ହୁଏ, ସେମାନେ ପ୍ରେମ ବ୍ୟାପାରରେ ବଡ଼ ଭାଗ୍ୟବତୀ ହୋଇଥାନ୍ତି । ସେମାନଙ୍କ ଜୀବନରେ ପ୍ରେମର କିଛି ବି କମ୍ ହୁଏନାହିଁ । ଏଥିସହ ଏଭଳି ଝିଅଙ୍କ ପ୍ରେମ ହେବା ଓ ସେଥିରେ ସଫଳ ହେବା ସମ୍ଭାବନା ଅଧିକ ।

ତ୍ରିକୋଣଯୁକ୍ତ ରେଖା:
ଯଦି କେହି ଝିଅଙ୍କ କପାଳରେ ତ୍ରିକୋଣଯୁକ୍ତ ବା ତିନିକୋଣିଆ ରେଖା ଦେଖାଯାଏ, ତେବେ ସେ ରାଜକୀୟ ସମ୍ପତ୍ତିର ମାଲିକାଣୀ ହୋଇପାରନ୍ତି । ଜୀବନର ସମସ୍ତ ସୁଖ-ସୁବିଧା ଏମାନଙ୍କୁ ପ୍ରାପ୍ତି ହୋଇଥାଏ ।

କପାଳରେ ତ୍ରିଶୂଳ:
କପାଳରେ ଯଦି କୌଣସି ଝିଅଙ୍କ ତ୍ରିଶୂଳ ଚିହ୍ନ ଦେଖାଯାଏ, ତେବେ ସେ ପରମ ସୌଭାଗ୍ୟବତୀ ବୋଲି କୁହାଯାଏ । ଏଭଳି ଝିଅ ଜୀବନରେ ଧନ-ସନ୍ତାନ ଓ ପରିବାର ଆଦି ସମସ୍ତ ସୁଖ ପ୍ରାପ୍ତ ହୋଇଥାଏ ।

Get real time updates directly on you device, subscribe now.