fbpx

ମୋଦୀଙ୍କୁ ଭେଟିଲେ ରିପୋର୍ଟ କାର୍ଡ ଦେଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ମହୋଦୟା ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଆଲୋଚନା କରିଛନ୍ତି । ଏହି ଅବସରରେ ସାଂସଦ ନିଜର ଦ୍ୱିତୀୟ ବର୍ଷ ବାର୍ଷିକ ରିପୋର୍ଟ କାର୍ଡ ଉପସ୍ଥାପନ କରିବା ସହ ପ୍ରଧାନମନ୍ତ୍ରୀଙ୍କ ମାର୍ଗଦର୍ଶନ ଏବଂ ଆଶୀର୍ବାଦ କାମନା କରିଥିଲେ ।

ଅପରାଜିତା ଷଡ଼ଙ୍ଗୀ ଆଇଏଏସ ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ ମସିହାରେ ବିଜେପିରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ । ୨୦୧୯ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।

Get real time updates directly on you device, subscribe now.