fbpx

ବିବାହର ତିନି ଦିନ ପର୍ଯ୍ୟନ୍ତ ବର-କନ୍ୟାଙ୍କୁ ବାଥରୁମ୍ ମନା, ନ ମାନିଲେ ପରିସ୍ଥିତି ଭୟଙ୍କର, ଆସନ୍ତୁ ଜାଣିବା ଏହା ପଛର କାରଣ

ବିଭିନ୍ନ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ରହିଛି । କିଛି ଦେଶରେ ଏପରି କିଛି ଅଜବ ପରମ୍ପରା ରହିଛି, ଯାହାକୁ ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଏମିତି ଏକ ଦେଶ ଅଛି, ଯେଉଁଠି, ବିବାହ ପରେ ତିନି ଦିନ ପର୍ଯ୍ୟନ୍ତ ଦମ୍ପତ୍ତି ବାଥରୁମ୍ ଯିବା ନେଇ କଟକଣା ରହିଛି । ଏହି ସମୟରେ ଦମ୍ପତ୍ତି ବାଥରୁମ୍ ଗଲେ ପବିତ୍ରତା ନଷ୍ଟ ହୋଇଥାଏ ବୋଲି ସେମାନଙ୍କର ଧାରଣା ରହିଥାଏ ।

ଏପରି ଅଜବ ପରମ୍ପରା ଇଣ୍ଡୋନେସିଆରେ ପ୍ରଚଳିତ ରହିଛି । କିଛି ସମ୍ପ୍ରଦାୟର ଲୋକମାନେ ଏହି ପରମ୍ପରାକୁ ଗୁରୁତ୍ୱ ଦେଇଥାନ୍ତି । ଶରୀରର ସମସ୍ତ ଦୂଷିତ ପଦାର୍ଥ ବାଥରୁମରେ ତ୍ୟାଗ କରାଯାଇଥାଏ । ତେଣୁ ବାଥରୁମରେ ଅନେକ ନକାରାତ୍ମକ ଶକ୍ତି ବିରାଜମାନ କରିଥାନ୍ତି । ଫଳରେ ବିବାହ ପରେ ଦମ୍ପତ୍ତି ତୁରନ୍ତ ବାଥରୁମ ଯିବା ଫଳରେ ସେମାନଙ୍କ ମନ ଓ ଶରୀରରେ ଏହି ଖରାପ ଶକ୍ତି ପ୍ରବେଶ କରିବାର ଆଶଙ୍କା ରହିଥାଏ । ଏହି ଶକ୍ତିର କୁପ୍ରଭାବରେ ଜୀବନ ମଧ୍ୟ ହାନୀ ହେବାର ଭୟ ରହିଥାଏ । ଏହାଛଡ଼ା ଏହି ନକାରାତ୍ମକ ଶକ୍ତି ସମ୍ପର୍କକୁ ଖରାପ କରିଦେବ ବୋଲି ଏହି ସମ୍ପ୍ରଦାୟର ଲୋକମାନେ ବିଶ୍ୱାସ କରିଥାନ୍ତି ।

Get real time updates directly on you device, subscribe now.