fbpx

ସୁନ୍ଦରୀ ଯୁବତୀ କରୁଛନ୍ତି ରାଜମିସ୍ତ୍ରୀ କାମ, ସୋସିଆଲ ମିଡ଼ିଆରେ ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡ଼ିଆରେ କିଏ କେତେବେଳେ ଫେମସ୍ ହେବ, ତାହା କହିବା ମୁସ୍କିଲ । ଏପରି ଏକ ଘଟଣା ଘଟିଛି ବ୍ରିଟେନରେ ରହୁଥିବା ଜଣେ ଯୁବତୀଙ୍କ ସହ । ଏହି ସୁନ୍ଦରୀ ଯୁବତୀ ରାଜମିସ୍ତ୍ରୀ କାମ କରୁଥିବା ଭିଡିଓ ଭାଇରାଲ ହୋଇଛି । ଏହି ଭିଡିଓ ଦେଖିବା ପରେ ଯୁବତୀଙ୍କର ଲକ୍ଷ ଲକ୍ଷ ଫ୍ୟାନ ଫଲୋଇଙ୍ଗ ବଢ଼ିଯାଇଥିବା ଜଣାପଡ଼ିଛି ।

ବ୍ରିଟେନର ୨୫ ବର୍ଷୀୟା ଯୁବତୀ ଡାର୍ସି ବ୍ରିଟେନର ନିର୍ମାଣ ଭବନରେ କାର୍ଯ୍ୟ କରୁଥିବା ସମୟରେ ନଜରକୁ ଆସିଥିଲେ । ଯୁବତୀ ଜଣକ ହାତରେ କରଣି ଧରିବା ସହ ଇଟା, ପଥର ଉଠାଇ ଘର କାମ କରୁଛନ୍ତି । ତେବେ ଏହି କାର୍ଯ୍ୟକୁ ନେଇ ସେ ଖୁବ୍ ସନ୍ତୁଷ୍ଟ ଥିବା ଡାର୍ସି ପ୍ରକାଶ କରିଛନ୍ତି । ଏହି ଭିଡିଓ ମାଧ୍ୟମରେ ଡାର୍ସି ମହିଳାମାନଙ୍କୁ ପୁରୁଷଙ୍କ ସମକକ୍ଷ ହୋଇ ଆଗକୁ ବଢ଼ିବାକୁ ପରୋକ୍ଷରେ ପ୍ରେରଣା ଯୋଗାଇଛନ୍ତି । ଆଜିକାଲି ମହିଳାମାନେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ସକ୍ଷମ । କେବଳ ପୁଅ ପିଲା ଏହି କାର୍ଯ୍ୟ କରିପାରିବେ, ତାହା ଭାବିବା ଭୁଲ୍ ବୋଲି ଡାର୍ସି କହିଛନ୍ତି । ନିର୍ମାଣ କ୍ଷେତ୍ରରେ ୧୪ ପ୍ରତିଶତ ମହିଳା କାର୍ଯ୍ୟ କରୁଥିବା ନେଇ ବ୍ରିଟେନର ଏକ କ୍ୟାରିୟର ୱେବସାଇଟରେ ଉଲ୍ଲେଖ କରାଯାଇଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ମଧ୍ୟରୁ ୩୭ ପ୍ରତିଶତ ଲୋକ ଉଚ୍ଚଶିକ୍ଷିତ ବୋଲି ମଧ୍ୟ କୁହାଯାଇଛି ।

Get real time updates directly on you device, subscribe now.