fbpx

ବିବାହର ୭ ବର୍ଷ ପର୍ଯ୍ୟନ୍ତ ପତ୍ନୀଙ୍କ ନାମରେ ରହିବ ଯୌତୁକ, Law କମିସନଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବିବାହରେ ଦିଆଯାଉଥିବା ଯୌତୁକକୁ ନେଇ ଏକ ନୂଆ ନିୟମ ଆସିଛି । ଏଣିକି ବିବାହ ପରେ ପତ୍ନୀଙ୍କ ନାମରେ ଯୌତୁକ ରହିବ । ସ୍ୱାମୀ ଏଥିରେ ହସ୍ତକ୍ଷେପ କରିପାରିବେ ନାହିଁ । ଏନେଇ ବିଚାର କରିବା ପାଇଁ ଭାରତୀୟ ଲ’ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସାଧାରଣ ପକ୍ଷେ କହିବାକୁ ଗଲେ ଯୌତୁକ ଏକ ସାମାଜିକ ବ୍ୟାଧି । ମାତ୍ର ବିବାହ ସମୟରେ କନ୍ୟାଙ୍କୁ ଦିଆଯାଉଥିବା ଅର୍ଥ ଓ ଗହଣା ସବୁ ପତ୍ନୀଙ୍କ ନାମରେ ୭ ବର୍ଷ ପାଇଁ ରହିବା ଉପରେ ବିଚାର କରାଯିବ ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ କୁହାଯାଇଛି ଯେ, ଯାଚିକାଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ଦାବି କରାଯାଇଛି । ସେଥିପାଇଁ ଆରଟିଆଇ ଅଧିକାରୀଙ୍କ ସମକକ୍ଷ ଜଣେ ଯୌତୁକ ନିବାରଣ ଅଧିକାରୀଙ୍କୁ ନିଯୁକ୍ତି ଦେବାର ଆବଶ୍ୟକତା ରହିଛି । ବିବାହ ସମୟରେ ଦିଆଯାଉଥିବା ଯାବତୀୟ ଯୌତୁକ ସାମଗ୍ରୀକୁ ଅତିକମରେ ୭ ବର୍ଷ ପାଇଁ ମହିଳାଙ୍କ ନାମରେ ରଖିବା ଦରକାର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଏହା ଉପରେ ଗମ୍ଭୀରତାର ସହ ବିଚାର କରାଯିବ । ବିଶେଷଜ୍ଞ, ଶିକ୍ଷାବିତ୍, ମନୋବିଜ୍ଞାନୀ, ସେକ୍ସୋଲୋଜିଷ୍ଟ ଆଦିଙ୍କୁ ନେଇ ଏକ ବିବାହ ଆୟୋଗ ଗଠନ କରାଯିବ । ଏହାଫଳରେ ବିବାହ ପୂର୍ବରୁ ଜଣେ ବ୍ୟକ୍ତି ବିବାହ କାଉନସେଲିଂ ହୋଇପାରିବ । ସେଥିପାଇଁ ବିବାହ ପାଇଁ ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯିବ । ଲ’ କମିଶନ ଏସବୁକୁ ଗମ୍ଭୀରତାର ସହ ବିଚାର କରିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି କୁହାଯାଇଛି ।

Get real time updates directly on you device, subscribe now.