fbpx
BJD
BJD SKY
BJD SKY

ବିହାରରେ ଟିକା ଦେଇଛନ୍ତି ମୋଦୀ, ପ୍ରିୟଙ୍କା ଓ ଶାହ: ତଦନ୍ତ ନିର୍ଦ୍ଦେଶ ଦେଲେ ବିହାର ସରକାର

ନୂଆଦିଲ୍ଲୀ: ଟିକାକରଣ ସଂଖ୍ୟାକୁ ନେଇ ସରକାର ଡିଣ୍ଡିମ ପିଟୁଥିବା ବେଳେ ବିହାରରୁ ଏମିତି କିଛି ଘଟଣା ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣଙ୍କ ଆଖି ଟେରା ହୋଇଯିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ଏବଂ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ନାମ ବିହାର ଟିକାକରଣରେ ସାମିଲ ରହିଛି । ବିହାରର ଅରୱଲ ଜିଲ୍ଲାରେ ଏହି ୩ ଜଣ ଟିକା ନେଇଥିବା ନେଇ କୁହାଯାଇଛି । ଅରୱଲର ଗ୍ରାମୀଣ ଅଞ୍ଚଳରେ ରହିଥିବା ଏକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏହି ୩ ଜଣ ଟିକା ନେଇଥିବା ନେଇ କୁହାଯାଇଛି । ନକ୍ସଲ ପ୍ରବଣ ଅରୱଲରେ ଅକ୍ଟୋବର ୨୭ ତାରିଖରେ ଏହି ଟିକାକରଣ ହୋଇଥିବା ରେକର୍ଡରେ ରହିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିହାର ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ନିଲମ୍ବିତ କରାଯାଇଛି ।

ଏହି ଘଟଣା ପରେ ଅରୱଲ ଜିଲ୍ଲାପାଳ ଜେ ପ୍ରିୟଦର୍ଶନୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଡାଟା ଏଣ୍ଟ୍ରି ସମୟରେ ହିଁ ଏହି ଭୁଲ ହୋଇଛି ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ବିହାର ସ୍ୱାସ୍ଥ୍ୟମନ୍ତ୍ରୀ ମଙ୍ଗଳ ପାଣ୍ଡେ ସୂଚନା ଦେଇଛନ୍ତି । ଉକ୍ତ ଦୁଇ ସେଣ୍ଟରରେ କୌଣସି ନରେନ୍ଦ୍ର ମୋଦୀ ବା ଅମିତ ଶାହ ନାମକ ବ୍ୟକ୍ତି ନାହାନ୍ତି । ତେବେ ପ୍ରିୟଙ୍କା ନାମ୍ନୀ ଏକାଧିକ ମହିଳା ରହିଥିବା ବେଳେ କାହାର ସାଙ୍ଗିଆ ଚୋପ୍ରା ନାହିଁ । ଉଲ୍ଲେଖଯୋଗ୍ୟ ଯେ, ବିହାରରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭ କୋଟି ଲୋକଙ୍କ ଟିକାକରଣ ଶେଷ ହୋଇଛି ।

Get real time updates directly on you device, subscribe now.